ପ୍ରମୁଖ ଖବର

ମହାନଦୀରେ ବୁଡ଼ି ୩ କଲେଜ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ: ୩ ଅଭିଯୁକ୍ତ ଗିରଫ
ଅନୁଗୁଳୁ:ଚଳନ୍ତା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କାଲି ସବୁ ସ୍କୁଲ୍ ବନ୍ଦ
ଶିବସେନା (ୟୁବିଟି)ରେ ବଡ଼ ଆଶଙ୍କା, ୧୪ ବିଧାୟକ ଯାଇପାରନ୍ତି ସିନ୍ଦେ ଶିବିରକୁ
ସେଚେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ୱ କ୍ୟାଡେଟ୍ ଚେସ୍‌ରେ ଭାରତର ଚମକ: ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ
କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ

ସରକାରଙ୍କ ବଡ ଘୋଷଣା; ଯୁକ୍ତ ଦୁଇ ପାସ୍ ପିଲାଙ୍କୁ ମିଳିବ ମାସିକ ୬୦୦୦ ଟଙ୍କା

0

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କଲେଜ ପଢୁଆ ପିଲାଙ୍କ ପାଇଁ ଖୁସି ଖବର। ଯୁକ୍ତ ଦୁଇ, ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଟଙ୍କା ବର୍ଷା କଲେ ସରକାର। ଯୁକ୍ତ ଦୁଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ମାସକୁ ମିଳିବ ୬ ହଜାର ଟଙ୍କା। ସେହିପରି ଡିପ୍ଲୋମା ପିଲାଙ୍କୁ ମାସିକ ୮ ହଜାର ଏବଂ ଯୁକ୍ତ ତିନି ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରିବେ ରାଜ୍ୟ ସରକାର। ମହାରାଷ୍ଟ୍ରରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ସିନ୍ଦେ ସରକାର କଲେଜ ପିଲାଙ୍କ ପାଇଁ ଆଜି ଏମିତି ଏକ ବଡ଼ ଘୋଷଣା କରିଛନ୍ତି।

ମହାରାଷ୍ଟ୍ର ସରକାର ରାଜ୍ୟର ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଡିପ୍ଲୋମାଧାରୀ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ପାଇଁ ଲାଡଲା ଭାଇ ଯୋଜନାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ସରକାରଙ୍କ ଦୃଷ୍ଟିରେ ପୁଅ-ଝିଅଙ୍କ ମଧ୍ୟରେ କିଛି ଫରକ୍ ନାହିଁ। ଏହି ଯୋଜନା ରାଜ୍ୟରେ ବେରୋଜଗାର ସମସ୍ୟାର ସମାଧାନ କରିପାରିବ। ଲାଡନା ଭାଇ ଯୋଜନା ଅଧିନରେ ମହରାଷ୍ଟ୍ର ସରକାର ଯୁକ୍ତ ଦୁଇ ପାସ୍ ଯୁବକ ଯୁବତୀଙ୍କୁ ମାସିକ ୬୦୦୦ ଟଙ୍କା, ଡିପ୍ଲୋମଧାରୀଙ୍କୁ ୮୦୦୦ ଏବଂ ଗ୍ରାଜୁଏଟକୁ ୧୦,୦୦୦ ଟଙ୍କା ଦିଆଯିବ। ତେବେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ କହିବା କଥା, ଏହି ଯୋଜନାର ଉଦ୍ଦେଶ୍ୟ ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। ଫଳରେ ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ବିନା ଭଲ ଭାବେ ପାଠ ପଢିପାରିବେ ଏବଂ ନିଜ କ୍ୟାରିୟର ଉପରେ ଅଧିକ ଫୋକସ୍ କରିପାରିବେ।

Leave A Reply

Your email address will not be published.