ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ସରକାରଙ୍କ ବଡ ଘୋଷଣା; ଯୁକ୍ତ ଦୁଇ ପାସ୍ ପିଲାଙ୍କୁ ମିଳିବ ମାସିକ ୬୦୦୦ ଟଙ୍କା

0

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କଲେଜ ପଢୁଆ ପିଲାଙ୍କ ପାଇଁ ଖୁସି ଖବର। ଯୁକ୍ତ ଦୁଇ, ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଟଙ୍କା ବର୍ଷା କଲେ ସରକାର। ଯୁକ୍ତ ଦୁଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ମାସକୁ ମିଳିବ ୬ ହଜାର ଟଙ୍କା। ସେହିପରି ଡିପ୍ଲୋମା ପିଲାଙ୍କୁ ମାସିକ ୮ ହଜାର ଏବଂ ଯୁକ୍ତ ତିନି ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରିବେ ରାଜ୍ୟ ସରକାର। ମହାରାଷ୍ଟ୍ରରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ସିନ୍ଦେ ସରକାର କଲେଜ ପିଲାଙ୍କ ପାଇଁ ଆଜି ଏମିତି ଏକ ବଡ଼ ଘୋଷଣା କରିଛନ୍ତି।

ମହାରାଷ୍ଟ୍ର ସରକାର ରାଜ୍ୟର ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଡିପ୍ଲୋମାଧାରୀ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ପାଇଁ ଲାଡଲା ଭାଇ ଯୋଜନାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ସରକାରଙ୍କ ଦୃଷ୍ଟିରେ ପୁଅ-ଝିଅଙ୍କ ମଧ୍ୟରେ କିଛି ଫରକ୍ ନାହିଁ। ଏହି ଯୋଜନା ରାଜ୍ୟରେ ବେରୋଜଗାର ସମସ୍ୟାର ସମାଧାନ କରିପାରିବ। ଲାଡନା ଭାଇ ଯୋଜନା ଅଧିନରେ ମହରାଷ୍ଟ୍ର ସରକାର ଯୁକ୍ତ ଦୁଇ ପାସ୍ ଯୁବକ ଯୁବତୀଙ୍କୁ ମାସିକ ୬୦୦୦ ଟଙ୍କା, ଡିପ୍ଲୋମଧାରୀଙ୍କୁ ୮୦୦୦ ଏବଂ ଗ୍ରାଜୁଏଟକୁ ୧୦,୦୦୦ ଟଙ୍କା ଦିଆଯିବ। ତେବେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ କହିବା କଥା, ଏହି ଯୋଜନାର ଉଦ୍ଦେଶ୍ୟ ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। ଫଳରେ ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ବିନା ଭଲ ଭାବେ ପାଠ ପଢିପାରିବେ ଏବଂ ନିଜ କ୍ୟାରିୟର ଉପରେ ଅଧିକ ଫୋକସ୍ କରିପାରିବେ।

Leave A Reply

Your email address will not be published.