ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରଥଯାତ୍ରାର ଏକ ନୀତି ଅଧରପଣା ଶେଷ

0

ପୁରୀ: ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଯଥାରୀତି ଅଧରପଣା ନୀତି ସମ୍ପନ୍ନ କରିଛନ୍ତି ସେବାୟତ। ମହାପ୍ରଭୁଙ୍କ ଏହି ନୀତି ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ପାଖରେ ଲାଗି ହୋଇଥିଲା ଅଧରପଣା। ରଥ ଉପରେ ପୂଜାର୍ଚ୍ଚନା ପରେ ସେବାୟତମାନେ ପଣା ଥିବା ତୁମ୍ବକୁ ଭାଙ୍ଗି ଦେଇଥିଲେ। ଏହାପରେ ଦେବୀ ସୁଭଦ୍ରାଙ୍କ ପାଖରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥିଲା ଅଧରପଣା।

ବିଶ୍ବାସ ରହିଛି, ମହାପ୍ରଭୁଙ୍କ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡୀଚାମୁଣ୍ଡା, ଅଶରୀରୀମାନେ ବର୍ଷକୁ ଥରେ ଆଜିର ଦିନଟିକୁ ଅପେକ୍ଷା କରିଥାନ୍ତି। ସେହିମାନଙ୍କୁ ତୃପ୍ତ କରିବା ପାଇଁ ଶୁକ୍ରବାର ଆଷାଢ଼ ଶୁକ୍ଳ ଦ୍ବାଦଶୀ ଜ୍ୟେଷ୍ଠ ନକ୍ଷତ୍ର ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସଂପନ୍ନ ହୋଇଛି। ଚତୁର୍ଦ୍ଧା ବିଗ୍ରହଙ୍କଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରପଣା ହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ତିନିଠାକୁରଙ୍କଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଛି। ଏଥିପାଇଁ ସ୍ବତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଥିବା ବେଳେ ଗୁରୁବାର ଶ୍ରୀଜିଉଙ୍କ ଅଧର ଉଚ୍ଚର ଏହି ତିନି ଅଧରହାଣ୍ଡି ରଥ ପାଖକୁ ବିଜେ କରିଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଥିଲା।

Leave A Reply

Your email address will not be published.