ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ: ଖୁସି ପ୍ରକାଶ କଲେ ନବୀନ

0

ଭୁବନେଶ୍ବର: ଯାଜପୁରବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି। ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ। ଚଳିତବର୍ଷ ୫୦ ଏମବିବିଏସ୍ ସିଟରେ ନାମଲେଖା ହେବ। ସୋସିଆଲ ମିଡିଆରେ ଯାଜପୁରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ।

ଜାତୀୟ ମେଡିକାଲ କମିଶନ ୫୦ ସିଟକୁ ଦେଇଛନ୍ତି ମଞ୍ଜୁରୀ। ଯାଜପୁର ମେଡିକାଲ କଲେଜ ପାଇଁ ବିଜେଡି ସରକାର ଉଦ୍ୟମ କରୁଥିଲା । ରାଜ୍ୟରେ ଡାକ୍ତରୀ ଶିକ୍ଷାର ବିକାଶ ପାଇଁ ବିଜେଡି କରୁଥିଲା ପ୍ରୟାସ। ତେବେ‘ଶହେ ସିଟ୍ ପାଇଁ ମଞ୍ଜୁରୀ ମିଳିଥିଲେ ଆହୁରି ଖୁସି ଲାଗିଥାନ୍ତା ବୋଲି କହିଛନ୍ତି ନବୀନ। ଅନ୍ୟ ନୂଆ ମେଡିକାଲ କଲେଜ ପରି ‘ଶହେ ସିଟ୍ ପାଇଁ ମଞ୍ଜୁରୀ ମିଳିବା କଥା। ତେବେ କେନ୍ଦ୍ର ସରକାର ସିଟ୍ ସଂଖ୍ୟା ୧୦୦କୁ ବଢାଇବେ ବୋଲି ଆଶା ରଖିଛୁ ବୋଲି କହିଛନ୍ତି ନବୀନ।

Leave A Reply

Your email address will not be published.