ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଜଗତପୁରରୁ ନକଲି ଚା’ ପତି କାରଖାନା ଠାବ

0

କଟକ: ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ କଟକ ଜଗତପୁର ଲକ୍ଷ୍ମଣପୁରରେ ନକଲି ଚା’ ପତି କାରଖାନା ଠାବ। ବିପୁଳ ପରିମାଣ ଚା’ ପତି ସହ ମେସିନ ଜବତ କଲା ସିଏମସି ଟିମ୍।

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଜଗତପୁର ଲକ୍ଷ୍ମଣପୁର କେନାଲ ବନ୍ଧରେ ଠାରେ ଥିବା ଏକ ନିର୍ଜନ ସ୍ଥାନରେ ଗୋଟିଏ ଛୋଟ ଘରେ ଟାଟା କମ୍ପାନୀ ନାମରେ ନକଲି ପ୍ୟାକିଙ୍ଗ ହେଉଥିଲା ।

ସେପଟେ ଆଜି ଜଗତପୁର ୪୮ ନମ୍ବର ଓ୍ବାର୍ଡ ରେ ସି ଏମ ସି ଏନ୍ ଫୋର୍ସ ମେଣ୍ଟ ଟିମ୍ ଦ୍ବାରା ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଉକ୍ତ ଘର ଟିକୁ ମଧ୍ୟ ଭଙ୍ଗା ଯାଇଥିଲା। ଘର ଭାଙ୍ଗିବା ସମୟରେ ଦେଖିବାକୁ ମିଳିଲା ଯେ ଗୁଡ଼ାଏ ଟାଟା କମ୍ପାନୀର ଛୋଟ ଛୋଟ ପ୍ୟାକେଟ ସହିତ, ତିନୋଟି ଅଲଗା ଅଲଗା କମ୍ପାନୀ ର ଚା ପତି , ଗୋଟିଏ ମିକ୍ସ ଓ ପ୍ୟାକିଙ୍ଗ ମେସିନ , ଗୋଟିଏ ସିଲାଇ ମେସିନ, ଅନେକ ଗୁଡ଼ିଏ ବ୍ୟାଣ୍ଡ ର ପ୍ୟକେଜିଂ ଜରି ସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଦେଖିବାକୁ ମିଳିଥିଲା ଏବେ ନିଜ ହେପାଜତକୁ ନେଇଛି।

Leave A Reply

Your email address will not be published.