ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପ୍ରକାଶ ପାଇଲା ଇଣ୍ଡିଆ ରାଙ୍କିଂ ୨୦୨୪ ତାଲିକା, ୪୨ତମ ସ୍ଥାନରେ ଉତ୍କଳ ଵିଶ୍ଵଵିଦ୍ୟାଲୟ

0

ଭୁନେଶ୍ବର: ଆଜି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମୱାର୍କ(ଏନଆଇଆରଏଫ) ୨୦୨୪ ରାଙ୍କି ତାଲିକା ପ୍ରକାଶ ପାଇଛି। ଦେଶର ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ଏଥିରେ ରାଙ୍କି କରାଯାଇଥିବାବେଳେ ଚଳିତ ବର୍ଷ ୧୬ଟି କ୍ୟାଟେଗୋରୀରେ ରାଙ୍କିଂ କରାଯାଇଛି । ଏଥିରେ ଆଇଆଇଟି ମାଡ୍ରାସ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ୧ ନମ୍ବରରେ ରହିଛି। ଏହାକୁ ମିଶାଇ କ୍ରମାଗତ ଭାବେ ୮ମ ଥର ପାଇଁ ଆଇଆଇଟି ମାଡ୍ରାସ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଓଭରଅଲ କ୍ୟାଟାଗୋରୀ ରାଙ୍କି ଶ୍ରେଷ୍ଠ ୧୦ରେ ଦେଶର ଜେଏନୟୁ ରହିଛି। ଏହି ଶିକ୍ଷାନୁଷ୍ଠାନ ୧୦ ନମ୍ବର ସ୍ଥାନରେ ରହିଛି। ଅପରପକ୍ଷରେ ଏଥର ଉତ୍କଳ ବିଶ୍ବବିଦ୍ୟାଳୟକୁ ୪୨ତମ ସ୍ଥାନ ମିଳିଛି। ଓଭରଅଲ୍ କାଟେଗୋରୀରେ ଓଡ଼ିଶାର ରହିଛି ୩ ଅନୁଷ୍ଠାନ । ଦୁଇଟି ପାହାଚ ଉପରକୁ ଉଠି ୨୪ ନମ୍ବରରେ ସୋଆ ବିଶ୍ବବିଦ୍ଯାଳୟ ରହିଥିବାବେଳେ ୨୮ ରେ କିଟ ଏବଂ ୩୪ ନମ୍ବରରେ NIT ରାଉରକେଲା ରହିଛି । ସେହିଭଳି ବିଶ୍ବବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୧୪ ନମ୍ବର ରହିଥିବା ବେଳେ କିଟ ୧୫ ନମ୍ବରରେ ରହିଛି । ଟପ୍ ୫୦ ସରକାରୀ ବିଶ୍ୱବିଦ୍ୟାଳୟ ବର୍ଗରେ ୪୨ ନମ୍ବରରେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ରହିଛି ।
ଇଞ୍ଜିନିୟରିଂରେ ଭାରତୀୟ ରାଙ୍କିଂ ଅନୁଯାୟୀ, ଶ୍ରେଷ୍ଠ ୨୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଏନଆଇଟି ରାଉରକେଲା ରହିଛି। ୬୩.୩୮ ସ୍କୋର ସହିତ ଏନଆଇଟି ରାଉରକେଲା ୧୯ତମ ସ୍ଥାନରେ ରହିଛି।୬୦.୯୭ ସ୍କୋର ସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ୨୬ ତମ ସ୍ଥାନରେ ଅଛି।

ଆର୍କିଟେକ୍ଟର ଏବଂ ପ୍ଲାନିଂ ରାଙ୍କିଂରେ ଏନଆଇଟି ରାଉରକେଲା ଶ୍ରେଷ୍ଠ ୧୦ ମଧ୍ୟରେ ଅଛି। ୬୪.୮୮ ସ୍କୋର ସହିତ ଏହି ଅନୁଷ୍ଠାନ ୯ ନମ୍ବରରେ ରହିଛି। ସୋଆ ଓଭରଅଲ୍ ଇଣ୍ଡିଆ ରାଙ୍କିଂ ଓ ଇଣ୍ଡିଆନ ୟୁନିଭରସିଟି ରାଙ୍କିଂ ଭଳି ଦୁଇଟି ବର୍ଗରେ ଓଡିଶାର ପ୍ରମୁଖ ଅନୁଷ୍ଠାନ ଭାବରେ ମାନ୍ୟତା ପାଇଛି।ଡିମ୍ଡ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କ୍ୟାଟେଗୋରୀରେ ଗତ ବର୍ଷ ୨୭ତମ ସ୍ଥାନରେ ସୋଆ ଥିବା ବେଳେ ଚଳିତ ବର୍ଷ ଏଥିରେ ଉନ୍ନତି ଘଟି ୨୬ ତମ ସ୍ଥାନରେ ପହଂଚିଛି । ମେଡିକାଲ୍ ସାଇନସ କ୍ୟାଟେଗୋରୀରେ ଦେଶରେ ସୋଆ ୨୧ ତମ, ଡେଣ୍ଟାଲ ଏବଂ ଲ’ କ୍ୟାଟେଗୋରୀରେ ନବମ ସ୍ଥାନରେ ରହିଛି ।

Leave A Reply

Your email address will not be published.