ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ପୂର୍ବତନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

0

ଭୁବନେଶ୍ୱର: ପୂର୍ବତନ ଯନ୍ତ୍ରୀଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍‌ । ଘରୁ ମିଳିଲା ପୁଳା ପୁଳା ସୁନା, ହୀରା, ବିଦେଶୀ ମୁଦ୍ରା, ନଗଦ ଟଙ୍କାପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ପରେ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ରେଡ କରିଛି ।
ତେବେ ଏଯାବତ୍‌ ହୋଇଥିବା ଚଢ଼ାଉରେ ମିଶ୍ରଙ୍କ ଘରୁ ପୁଳା ପୁଳା ସୁନା, ସୁନାର ଠାକୁର ମୂର୍ତ୍ତି, ରୂପା, ହୀରା ହାର ଓ ରୂପା ବାସନ ଜବତ ହୋଇଛି। ଭୁବନେଶ୍ୱର ଘରୁ କେଜି କେଜି ସୁନା, ରୁପା, ହୀରା ଏବଂ ନଗଦ ଟଙ୍କା ଜବତ ହୋଇଛି। ଏଥିସହ ମର୍ସିଡିଜ କାର। ଏକାଧିକ ସୁନାର ଠାକୁର ମୂର୍ତ୍ତି, ପୁଳାପୁଳା ସୁନା, ରୂପା, ହୀରା ଅଳଙ୍କାର ।
ସୂଚନାଯୋଗ୍ୟ, ଏହି ଚଢାଉରେ ୧୨ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସ୍‌ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । ଭୁବନେଶ୍ୱର, କଟକ ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଏବଂ ଖଣ୍ଡଗିରିରେ ମୋଟ ୪ଟି ସ୍ଥାନରେ, ଝାରସୁଗୁଡା ଆସିଆନା ଆପାର୍ଟମେଣ୍ଟର ୩ଟି ଫ୍ଲାଟ ଏବଂ କଟକ ଆଠଗଡ ସ୍ଥିତ ପୈତୃକ ଘର ଏବଂ ତିଗିରିଆରେ ସମ୍ପର୍କୀୟଙ୍କ ଘରେ ରେଡ ଚାଲିଛି ।

Leave A Reply

Your email address will not be published.