ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଏସ୍‌ସିବିରେ ମହିଳା ରୋଗୀଙ୍କୁ ଅସଦାଚରଣ କଲେ ଜୁନିଅର ଡାକ୍ତର

0

କଟକ: କଟକ ଏସ୍‌ସିବି ମେଡିକାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏସ୍‌ସିବି ମେଡିକାଲରେ ଜଣେ ମହିଳା ରୋଗୀଙ୍କୁ ନିଶା ଦେଇ ଜଣେ ଜୁନିଅର ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ରୋଗୀ ଜଣକ କାର୍ଡିଓଲୋଜି ବିଭାଗକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଇକୋ ପରୀକ୍ଷା ସମୟରେ ତାଙ୍କୁ ନିଶା ଦେଇ ଅସଦାଚରଣ କରାଯାଇଛି। ଅନ୍ୟପକ୍ଷେ ଅଭିଯୁକ୍ତ ଜୁନିଅର ଡାକ୍ତର ଜଣକ ନିସ୍ତୁକ ମାଡ଼ ଖାଇ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଗତ ରବିବାର ଏସସିବି କାର୍ଡିଲୋଜି ବିଭାଗରେ ଇସିଜି ଓ ଇକୋ ପାଇଁ ଜଣେ ମହିଳା ଡାକ୍ତର ଆସିଥିଲେ। ସେଠାରେ ଥିବା ଜଣେ ଜୁନିଅର ଡାକ୍ତର ଜଣକ ତାଙ୍କର ବିଭିନ୍ନ ପରୀକ୍ଷା କରାଇଥିଲେ। ହେଲେ ଇକୋ କରିବା ସମୟରେ ଆନେସ୍ଥେସିଆ ଦେଇ ଜୁନିଅର ଡାକ୍ତର ତାଙ୍କୁ ଅସଦାଚରଣ କରିଥିଲେ।

Leave A Reply

Your email address will not be published.