ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଅନଲାଇନ ଗେମ ନେଲା ଜୀବନ

0

ବାଲେଶ୍ବର: ଅନଲାଇନ ଗେମ ନେଲା ୨୭ ବର୍ଷୀୟ ଯୁବକଙ୍କ ଜୀବନ। ଲକ୍ଷାଧିକ ଟଙ୍କା ଅନଲାଇନ ଗେମରେ ହରାଇବା ପରେ ମାନସିକ ସନ୍ତୁଳନ ହରାଇ ଶେଷରେ ଯୁବକ ଜଣଙ୍କ ଜୀବନ ହାରିଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ସହାଜିପାଟଣା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଗୌତମ ନାୟକଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ଘରୁ ଉଦ୍ଧାର କରାଯାଇଥିବା ବେଳେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ଯୁବକ ଜଣକ ରାତିରେ ଘରେ ପରିବାର ସହ ରହିଥିବା ବେଳେ ଆଜି ଭୋର ବେଳେ ଆତ୍ମହତ୍ୟା କରିଥିବା କଥା ପରିବାର ଲୋକେ ଜାଣିବାକୁ ପାଇଥିଲେ ବୋଲି ତାଙ୍କ ସମ୍ପର୍କୀୟ ଭାଇ ହିମାଂଶୁ ସାହୁ କହିଛନ୍ତି।

ସୂଚନାଯୋଗ୍ୟ , ଯୁବକ ଜଣକ ଅନ୍ ଲାଇନ ଗେମ୍ ଖେଳି ପାଖାପାଖି ୫ ଲକ୍ଷ ଟଙ୍କା ହରାଇଥିବା ପରିବାର ପକ୍ଷରୁ କୁହାଯାଇଛି। ତେବେ ଟଙ୍କା ହରେଇଲା ପରେ ପରେ ଯୁବକଙ୍କ ମାନସିକ ଅବସ୍ଥା ୬ ମାସ ହେବ ଭଲ ନଥିଲା। ଲକଡାଉନ୍ ପର ଠାରୁ ବିଭିନ୍ନ ସମୟରେ ସେ ଘର ଛାଡ଼ି ବାହାରକୁ ପଳେଇ ଯାଉଥିବା ବେଳେ ତାଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଚେଷ୍ଟା କରିଥିଲେ।

ତେବେ ଆଜି ସକାଳୁ ସକାଳୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ପରିବାର ଲୋକେ ଦେଖିବାକୁ ପାଇଥିଲେ। ଘଟଣା ପରେ ପରିବାର ଲୋକେ ରେମୁଣା ପୋଲିସକୁ ଖବର ଦେଇଥିଲେ। ରେମୁଣା ପୋଲିସ ଉପସ୍ଥିତିରେ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର ପରେ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.