ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ପରଲୋକରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତ

0

ସମ୍ବଲପୁର: ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତ ପରଲୋକ ଘଟିଛି। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ପଦ୍ମଶ୍ରୀ ବିନୋଦ ପଶାୟତ। ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହୋଉଥିଲେ। ବୁଧବାର ସକାଳୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଦେହାନ୍ତ ହୋଇଛି। ପ୍ରୋଷ୍ଟେଟ୍ କ୍ୟାନସର ରୋଗରେ ପୀଡ଼ିତ ଥିଲେ ପଦ୍ମଶ୍ରୀ ପଶାୟତ।

ସୂଚନାଯୋଗ୍ୟ, ପଦ୍ମଶ୍ରୀ ବିନୋଦ ପଶାୟତ ବଲାଙ୍ଗୀର ଜିଲ୍ଲା କୁସମେଲ ଗାଁରେ ୧୯୩୫ ମସିହା ଡିସେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ସମ୍ବଲପୁରୀ ଭାଷା ସାହିତ୍ୟରେ ଅନେକ ଗୀତ ଓ ନାଟକ ରଚନା କରିଛନ୍ତି l ୨୦୨୩ ମସିହା ଜାନୁଆରୀ ମାସରେ ଗୀତିନାଟ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ କେନ୍ଦ୍ର ସରକାର। କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ସମ୍ମାନିତ କରାଯାଇଥିଲା l

ପଶାୟତ ଅଲ ଇଣ୍ଡିଆ ରେଡ଼ିଓ ଓ ଦୂରଦର୍ଶନର ଜଣେ ସ୍ବୀକୃତିପ୍ରାପ୍ତ କଳାକାର ଥିଲେ। ଏଠାରୁ ସେ ପରିଚୟ ଓ଼ ପ୍ରସିଦ୍ଧି ପାଇଥିବା କହିଛନ୍ତି। “ହାଏ କୃଷ୍ଣ ହାଏ କୃଷ୍ଣ ” ସମ୍ବଲପୁରୀ ଭଜନ ରଚନା କରି ସେ ଖୁବ୍ ଖ୍ୟାତିଅର୍ଜନ କରିଥିଲେ। ଏହି ଭଜନ ତାଙ୍କୁ ବେଶ୍ ପ୍ରସିଦ୍ଧି ଦେଇଥିଲା।ସେହିପରି ଏ ନନୀ ସୁଲୋଚନା, ଗଲାରାତି ଝୁମରା ସୁରେ, ଲିଟି ଉଡେ ଫୁରୁପୁରୁ, ଲବଙ୍ଗଲତା ମୋର ଗଜମୁକୁତା, ରଥର ଚକା ଚାଲେ ଘିଡ଼ି ଘିଡ଼ି, ସରବ ସହେନି ମା ଗୋ ତୁଇ, ବୋଇଲେ ରାଧିକା ସୁନଗୋ ଦୁତି ଭଳି ଶତାଧିକ ଲୋକକ୍ରିୟ ଗୀତ ଆଜି ଭେଟି ଦେଇଛନ୍ତି। ‘ତାହାର ବା’ , ମୁଁ ନାଇଁ ମରେ, ଚୁଟକୁଛୁଟା ଭଳି ବ୍ୟଙ୍ଗ ନାଟକ ସମସ୍ତଙ୍କ ମନ ଜିତିଥିଲା।

Leave A Reply

Your email address will not be published.