ପ୍ରମୁଖ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
ବିଜେଡି ପ୍ରତିଷ୍ଠା ଦିବସରେ ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା ନେତ୍ରୀ
ବିଦାୟ ନେଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ
ଜିରୋ ନାଇଟ ସେଲିବ୍ରେସନ ବେଳେ ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ନଜର
ଖଢଡିଆଳରୁ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ, ୩ ଶିକାରୀ ଗିରଫ
ଆସନ୍ତା ବର୍ଷ ହେବ କଲେଜ୍ ନିର୍ବାଚନ : ମୁଖ୍ୟମନ୍ତ୍ରୀ

ନିର୍ବାଚନ ଲଢ଼ିବେ କି ବଜରଙ୍ଗ ପୁନିଆ ଓ ବିନେଶ ଫୋଗତ?

0

ନୂଆଦିଲ୍ଲୀ: ଚଳିତ ଥର ହରିୟାଣାରେ ବିଧାନସଭା ନିର୍ବାଚନ ଲଢିବେ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଓ ବିନେଶ ଫୋଗତ। ହରିୟାଣା ବିଧାନସଭା ନିର୍ବାଚନରେ ଏହି ଦୁଇ ଜଣ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଉଭୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି। ଉଭୟ କୁସ୍ତିଯୋଦ୍ଧା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି।

ପ୍ୟାରିସ ଅଲିମ୍ପିକ ଗେମ୍ସରେ ଏକ ବଡ ନିରାଶା ପରେ ରେସଲର ଭିନେଶ ଫୋଗଟ ଦେଶକୁ ଫେରିଥିଲେ, ସେତେବେଳେ ହରିୟାଣା କଂଗ୍ରେସ ନେତା ଦୀପେନ୍ଦ୍ର ସିଂ ହୁଡା ନିଜେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କରିଥିଲେ। ଏହା ପରେ ସେ ନିଜ ଗାଁ ପର୍ଯ୍ୟନ୍ତ ରୋଡ ଶୋକୁ ମଧ୍ୟ ସମର୍ଥନ କରିଥିଲେ। ଆସନ୍ତା ମାସରେ ହରିୟାଣରେ ବିଧାନସଭା ନିର୍ବାଚନ ହେବ।

ଉଭୟ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। କଂଗ୍ରେସ ଦିନେ କିମ୍ବା ଦୁଇ ଦିନ ହରିୟାଣାରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯାଉଛି। ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପୂର୍ବରୁ କୁସ୍ତିଯୋଦ୍ଧାଙ୍କର ଏହି ସାକ୍ଷାତ ଚର୍ଚ୍ଚାକୁ ଆହୁରି ବଢାଇଦେଇଛି।

Leave A Reply

Your email address will not be published.