ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ

0
  • ୩ ଜଣ ଆତଙ୍କବାଦୀ ନିପାତ
  • ୨ ଜଣ ଯବାନ ଶହୀଦ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର ବାରମୁଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇ ଥିବାବେଳେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି।

ସୂଚନାନୁସାରେ, ଉତ୍ତର କଶ୍ମୀର ଜିଲ୍ଲାର ପଟ୍ଟାନ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଜମ୍ମୁ କଶ୍ମୀର ପୁଲିସ ଏବଂ ଭାରତୀୟ ସେନା ମିଳିତ ଅପରେସନ ଆରମ୍ଭ କରିଥିଲା। ତଲାସୀ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିବିନିମୟ କରିଥିଲେ। ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ଚାଲିଥିଲା। ଏଥିରେ ତିନି ଜଣ ଆତଙ୍କୀ ନିପାତ ହୋଇଛନ୍ତି। ସେହିପରି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶହୀଦ ହୋଇଥିବା କୁହାଯାଉଛି। ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗତକାଲି ରାତିରେ ଏହି ଅପରେସନ ହୋଇଥିଲା। ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଅନ୍ୟପଟେ ଗତକାଲି ମଧ୍ୟ କଠୁଆ ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା। ସେନାର ରାଇଜିଂ ଷ୍ଟାର କର୍ପସ ୟୁନିଟର ସୈନ୍ୟମାନେ ଦୁଇ ଜଣ ଆତଙ୍କବାଦୀଙ୍କୁ ସଫା କରିଥିଲେ। କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଆତଙ୍କୀ ହମଲା ବୃଦ୍ଧି ପାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

Leave A Reply

Your email address will not be published.