ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଡାକ୍ତରମାନଙ୍କ ଦାବିକୁ ଗ୍ରହଣ କଲେ ମମତା ବାନାର୍ଜୀ

0

ପଶ୍ଚିମବଙ୍ଗ: ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ପଶ୍ଚିମବଙ୍ଗ ସରକାର। ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କ ପ୍ରତିନିଧି ପଶ୍ଚିମବଙ୍ଗ ସରକାରଙ୍କର ୨ ଘଣ୍ଟା ଆଲୋଚନା ହୋଇଛି। ଡାକ୍ତରମାନଙ୍କ ଅନ୍ୟତମ ମୁଖ୍ୟ ଦାବି ରାଜ୍ୟର ସମସ୍ତ ସରକାରୀ ହସ୍ପଟାଲର ଭିତ୍ତିଭୂମି ବିକାଶକୁ ସରକାର ଗ୍ରହଣ କରିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ୪ ଥର ଡାକ୍ତରମାନଙ୍କୁ ବୈଠକ ପାଇଁ ଡାକିଥିଲେ ମଧ୍ୟ ଆଲୋଚନା ହୋଇପାରି ନ ଥିଲା। ସୋମବାର ପଞ୍ଚମ ଥର ପାଇଁ ଡାକ୍ତରଙ୍କୁ ଆଲୋଚନା ପାଇଁ ଡକାଯାଇଥିଲା। ପ୍ରାୟ ୩୦ ଜଣ ଡାକ୍ତର ସନ୍ଧ୍ୟା ୬ଟା ୨୦ରେ ମମତାଙ୍କ କାଳୀଘାଟସ୍ଥିତ ବାସଭବନରେ ପହଞ୍ଚି ଥିଲେ। ଡାକ୍ତରମାନଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିନେବା ପାଇଁ ମମତା ନିବେଦନ କରିବା ସହ ଆଲୋଚନା ମାଧ୍ୟମରେ ପ୍ରତ୍ୟେକ ପ୍ରସଙ୍ଗର ସମାଧାନ ହୋଇପାରିବ ବୋଲି କହିଥିଲେ। ପୂର୍ବରୁ ଡାକ୍ତରମାନେ ଆଲୋଚନାର ସିଧା ପ୍ରସାରଣ ଦାବିରେ ଅଟଳ ରହିଥିବାବେଳେ ସୋମବାର ଉକ୍ତ ଦାବିରୁ ଓହରିଯାଇଥିଲେ। ତେବେ ସେମାନେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏବଂ କୋଲକାତା ପୋଲିସ କମିଶନରଙ୍କ ବହିଷ୍କାର ଦାବିକୁ ଦୋହରାଇଛନ୍ତି।

Leave A Reply

Your email address will not be published.