ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

‘ସୁଭଦ୍ରା ଯୋଜନା’ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

0

ଭୁବନେଶ୍ବର: ମହିଳାମାନଙ୍କ ପାଇଁ ଖୁସି ଖବର। ବହୁ ପ୍ରତିକ୍ଷିତ ‘ସୁଭଦ୍ରା ଯୋଜନା’ର ହେଲା ଶୁଭାରମ୍ଭ। ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଜନତା ମଇଦାନଠାରେ ବିଧିବଦ୍ଧ ଭାବେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବଦ୍ଧର୍ନ ସିଂ ଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ, ଭାଜପା ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାସହ ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ବି ଶିଳାନ୍ୟାସ କରିଥିଲେ ମୋଦି। ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରେ ବିମାନ ବନ୍ଦରରେ ପହଞ୍ଚି ଥିଲେ। ପରେ ସେ ରାଜଭବନ ଛକଦେଇ ଗାଡ଼କଣ ଯାଇଥିଲେ। ସେଠାରେ ସେ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରି ଗୃହପ୍ରବେଶ କରାଇଥିଲେ। ପରେ ସେ ସେଠାରୁ ଜନତା ମଇଦାନ ଆସିଥିଲେ। ପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରି କରିଥିଲେ।

ସୁଭଦ୍ରା’ ଶୁଭାରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଏହା ଏକ ଯୁଗାନ୍ତକାରୀ ଯୋଜନା। ଏହାକୁ ସେମାନେ ନିଜ ଆବଶ୍ୟକତା ଅନୁଯାୟୀ, ବ୍ୟବସାୟ ପାଇଁ, ପରିବାର ପାଇଁ ତଥା ନିଜ ପିଲାଙ୍କ ପାଇଁ ଏହାକୁ ଖର୍ଚ୍ଚ କରିପାରିବେ। ଏହାଦ୍ୱାରା ରାଜ୍ୟର କୋଟିଏରୁ ଅଧିକ ମହିଳା ଉପକୃତ ହେବେ । ଯେଉଁମାନଙ୍କ ମଧ୍ୟରେ ଆଗକୁ ବଢ଼ିବାକୁ ଇଚ୍ଛା ଅଛି ହେଲେ ହାତରେ ପୁଞ୍ଜି ନାହିଁ। ଏହି ଯୋଜନା ସେମାନଙ୍କ ଇଚ୍ଛା ପୂରଣ କରିବାରେ ସହାୟକ ହେବ । ଏହି ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ବର୍ଷକୁ ଦୁଇ ଥର ଦୁଇଟି କିସ୍ତିରେ ୫ ହଜାର ଲେଖାଏ ଯିବ । ୫ ବର୍ଷ ଯାଏ ମହିଳାମାନେ ଏହି ଆର୍ଥିକ ପ୍ରୋତ୍ସାହନ ରାଶି ପାଇପାରିବେ।

Leave A Reply

Your email address will not be published.