ଗାଡକଣ: ଗାଡକଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇ ଘର ଚାବି ବଣ୍ଟନ କରିଛନ୍ତି ମୋଦୀ। ଏଥିସହିତ କିଛି ସମୟ ସେମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଭିତରେ ତାଙ୍କ ଜନ୍ମଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରକୁ ଯାଇ ଘରେ ଖିରି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ କ୍ଷିରୀ ପ୍ରସ୍ତୁତି ହୋଇଥିଲା। ଅନ୍ତର୍ଯ୍ୟାମୀଙ୍କ ବୋହୂ ସ୍ୱାଦିଷ୍ଟ କ୍ଷିରୀ ପ୍ରସ୍ତୁତ କରିଥିଲେ। ଏ ନେଇ ସେ ବେଶ ଖୁସି ଥିଲେ। ତାଙ୍କ ହାତର କ୍ଷିରୀ ପ୍ରଧାନମନ୍ତ୍ରୀ ଖାଇଲେ ଏହା ତାଙ୍କ ପାଇଁ ବହୁତ ବଡ଼ କଥା ବୋଲି ସେ କହିଛନ୍ତି।
ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଆବାସ ଯୋଜନାରେ ଲୋକଙ୍କୁ ଘର ଚାବି ବଣ୍ଟନ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ବିମାନ ବନ୍ଦରରରୁ ସିଧା ଗାଡକଣ ଅଭିମୁଖେ ଯାଇଥିଲେ ମୋଦୀ। ସେଠି ଆବାସ ହିତାଧିକାରୀଙ୍କୁ ଭେଟି ଗୃହ ପ୍ରବେଶ କରାଇବା ସହିତ କିଛି ସମୟ ସେଠି ବିତାଇଥିଲେ। ଯେଉଁଥିରେ ମୋଟ ୧୦ ଲକ୍ଷ ହିତାଧିକାରୀଙ୍କୁ ଚାବି ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ସେଠି ସେ ଖିରି ଖାଇବା ସହିିତ ତାଙ୍କ ଜନ୍ମଦିନ ଅବସରରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ମଧ୍ୟ ଉପହାରରେ ପାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ