ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

କ୍ୱାଲିଟି ଟେଷ୍ଟରେ ବିଫଳ ହେଲା ପାରାସିଟାମଲ ସମେତ ୫୩ଟି ଔଷଧ

0

ନ୍ୟୁଜ ବ୍ୟୁରୋ: ପାରାସିଟାମଲ ସମେତ ୫୩ଟି ଔଷଧ କ୍ୱାଲିଟି ଟେଷ୍ଟରେ ବିଫଳ ହୋଇଛି। ଏହି ଔଷଧଗୁଡ଼ିକରେ କ୍ୟାଲସିୟମ ଏବଂ ଭିଟାମିନ୍ ଡ଼ି ୩ ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ପାଇଁ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ। ଦେଶର ଡ୍ରଗ୍ସ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗ୍ସ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (ସିଡିଏସସିଓ) ଏଭଳି ଔଷଧର ତାଲିକା ଦେଇଛି।ସିଡିଏସସିଓ ଏହି ୫୩ ଔଷଧକୁ ନୋ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି (ଏନଏସକ୍ୟୁ) ଆଲର୍ଟ ଭାବରେ ଘୋଷଣା କରିଛି।

ଗୁଣାତ୍ମକ ପରୀକ୍ଷାରେ ପାସ୍ ହୋଇନଥିବା ଔଷଧ ଗୁଡ଼ିକରେ ଭିଟାମିନ ସି ଓ ଡି ୩ ଟ୍ୟାବଲେଟ୍ସ ଶେଲକା, ଭିଟାମିନ ବି କମ୍ପ୍ଲେକ୍ସ ଓ ଭିଟାମିନ ସି ସୋଫଜେଲ୍ସ, ଆଣ୍ଟି ଏସିଡ ବା ଗ୍ୟାସ ବିରୋଧରେ ଦିଆଯାଉଥିବା ପାନ ଡି, ପାରାସିଟାମଲ ଟ୍ୟାବଲେଟ୍ସ ଆଇପି ୫୦୦ ଏମଜି, ଆଣ୍ଟି ଡାଇବେଟିକ୍ସ ଔଷଧ ଗ୍ଲିମେପିରାଇଡ୍, ଉଚ୍ଚ ରକ୍ତଚାପ ପାଇଁ ଦିଆଯାଉଥିବା ଟେଲମିସାରଟନ ଭଳି ୫୩ଟି ଔଷଧ ଆଦି ଅନ୍ତର୍ଭୁକ୍ତ। ଗୁଣବତ୍ତା ଯାଞ୍ଚରେ ଫେଲ ମାରିଥିବା ଔଷଧ ଗୁଡ଼ିକୁ ହେଟାରୋ ଡ୍ରଗ୍ସ, ଆଲକେମ ଲ୍ୟାବ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିଃ(ହାଲ), କର୍ଣ୍ଣାଟକା ଆଣ୍ଟିବାୟୋଟିକ୍ସ ଓ ଫାର୍ମାସିଟ୍ୟୁକାଲ୍ସ ଲିଃ, ମେଗ ଲାଇଫ ସାଇନ୍ସ, ପ୍ୟୁରୋ ଓ କ୍ୟୁରୋ ହେଲ୍ଥ ସେଣ୍ଟର ଏବଂ ଅନ୍ୟ କିଛି ସଂସ୍ଥା ପ୍ରସ୍ତୁତ କରିଥାଏ।

ଅଗଷ୍ଟ ମାସରେ ସିଡିଏସସିଓ ଭାରତୀୟ ମାର୍କେଟରେ ବିକ୍ରି ହେଉଥିବା ୧୫୬ଟି ଫିକ୍ସଡ ଡୋଜ ଔଷଧକ କମ୍ବିନେସକୁ ବ୍ୟାନ କରିଥିଲା। ଏହା ମଧ୍ୟରେ ଜ୍ୱର, ପେନ କିଲର ଓ ଆଲର୍ଜି ପାଇଁ ଅଧିକ ବ୍ୟବହାର ହେଉଥିବା ଔଷଧ ସବୁ ଥିଲା।ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଥିବା ଔଷଧର ଦୁଇଟି ତାଲିକା ପ୍ରକାଶ ପାଇଛି। ପ୍ରଥମ ତାଲିକାରେ ୪୫ ଅତ୍ୟଧିକ ବ୍ୟବହୃତ ଔଷଧର ନାମ ରହିଛି। ସେହିପରି ଦ୍ୱିତୀୟ ତାଲିକାରେ ୫ଟି ଔଷଧ ଅନ୍ତର୍ଭୁକ୍ତ କରାଯାଇଛି।

Leave A Reply

Your email address will not be published.