ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ ଓଡ଼ିଶା ଲୋକସେବା ଆୟୋଗ ଚେୟାରମ୍ୟାନ୍

0

ଭୁବନେଶ୍ବର: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି।

୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅରୁଣ ଷଡ଼ଙ୍ଗୀ ଏବେ ସ୍ୱତନ୍ତ୍ର ପୁଲିସ ମହାନିର୍ଦ୍ଦେଶକ (ପ୍ରଶିକ୍ଷଣ) ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ସାଢ଼େ ୭ ମାସ ଧରି ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଦାୟିତ୍ୱରେ ଥିଲେ।

ଏହା ସହିତ ୨୦୨୩ ଡିସେମ୍ବର ୩୧ରେ ସେ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ।ସେ ଡିଜି ଥିବା ସମୟରେ ଓଡ଼ିଶା ପୋଲିସ ଅରୁଣ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ, ନିରପେକ୍ଷରେ ସମାପନ କରିଥିଲା। ବିଶେଷକରି ୨୬ବର୍ଷ ପରେ ପ୍ରଥମଥର ପାଇଁ ଓଡ଼ିଶାରେ ନିର୍ବାଚନ ମାଓ ହିଂସାମୁକ୍ତ ହୋଇପାରିଥିଲା।

ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି ୨୦୨୩ ଅଗଷ୍ଟ ମାସରେ ଅବସର ନେବାପରଠୁ ଓପିଏସସି ସଦସ୍ୟ ଡଃ ସରିତା ସୁପକାର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି ।

Leave A Reply

Your email address will not be published.