ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ମହାକାଳ ମନ୍ଦିରର ପାଚେରୀ ଭୁଷୁଡି ୨ ମୃତ

0

ଉଜୈନ: ମଧ୍ୟପ୍ରଦେଶର ଉଜୈନରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରରେ ଅଘଟଣ। ପ୍ରବଳ ବର୍ଷା କାରଣରୁ ମହାକାଳ ମନ୍ଦିରର ପାଚେରୀ ଭୁଷୁଡି ପଡିଛି। ଏହା ତଳେ ଚାପି ହୋଇ ୨ ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ, ୪ ଜଣ ଆହତ ହୋଇଛନ୍ତି।

ଏଥିରେ ଆହତ ୪ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପାଚେରୀ ତଳେ ଆଉ କିଛି ଲୋକ ଚାପି ହୋଇରହିଯାଇଥିବା ଆଶଙ୍କା କରାଯାଉଛି। ମନ୍ଦିରର ଗେଟ୍‌ ନଂ.୪ ନିକଟବର୍ତ୍ତୀ ପାଚେରୀ ଭାଙ୍ଗିପଡ଼ିଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.