ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ବଢ଼ିଲା ଗ୍ୟାସ ସିଲିଣ୍ଡରର ମୂଲ୍ୟ

0

ନ୍ୟୁଜ୍ ବ୍ୟୁରୋ: ପାର୍ବଣ ସମୟରେ ଗ୍ରାହକଙ୍କୁ ଝଟକା। ବଢ଼ିଲା ଏଲପିଜି ସିଲିଣ୍ଡରର ମୂଲ୍ୟ। ମଙ୍ଗଳବାର ଗ୍ୟାସର ମୂଲ୍ୟ ୪୮.୫୦ଟଙ୍କା ବୃଦ୍ଧି ପାଇଛି। ଅବଶ୍ୟ, ଏହି ମୂଲ୍ୟଗୁଡିକ ବ୍ୟବସାୟିକ ଅର୍ଥାତ୍‌ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ପାଇଁ ବୃଦ୍ଧି କରାଯାଇଥିବାବେଳେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି। କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କା ହୋଇଛି। ଏଠାରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୪୮.୫୦ ଟଙ୍କା ବୃଦ୍ଧି ପାଇଛି । ଏହାପୂର୍ବରୁ ଏଠାରେ ୧୯ କିଲୋଗ୍ରାମ ସିଲିଣ୍ଡର ୧୬୯୧.୫୦ ଟଙ୍କାରେ ଉପଲବ୍ଧ ଥିଲା। କୋଲକାତାରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୧୮୫୦.୫୦ ଟଙ୍କା ହୋଇଛି। ଏଠାରେ ଏହି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ବୃଦ୍ଧି ପାଇଛି। ଏହାପୂର୍ବରୁ କୋଲକାତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୮୦୨.୫୦ ଟଙ୍କା ଥିଲା।

ଅନ୍ୟପକ୍ଷରେ ମାୟାନାଗରୀ ମୁମ୍ବାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୯୨ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ପୂର୍ବରୁ ୧୬୪୪ଟଙ୍କା ଥିଲା। ଏହାର ଅର୍ଥ ଏଠାରେ ମଧ୍ୟ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ବୃଦ୍ଧି ପାଇଛି। ଚେନ୍ନାଇରେ ୧୯କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୯୦୩ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ପୂର୍ବରୁ ୧୮୫୫ ଟଙ୍କା ଥିଲା। ଅର୍ଥାତ୍‌ ଚେନ୍ନାଇରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ବୃଦ୍ଧି କରାଯାଇଛି।

Leave A Reply

Your email address will not be published.