ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବଢ଼ିଲା ଗ୍ୟାସ ସିଲିଣ୍ଡରର ମୂଲ୍ୟ

0

ନ୍ୟୁଜ୍ ବ୍ୟୁରୋ: ପାର୍ବଣ ସମୟରେ ଗ୍ରାହକଙ୍କୁ ଝଟକା। ବଢ଼ିଲା ଏଲପିଜି ସିଲିଣ୍ଡରର ମୂଲ୍ୟ। ମଙ୍ଗଳବାର ଗ୍ୟାସର ମୂଲ୍ୟ ୪୮.୫୦ଟଙ୍କା ବୃଦ୍ଧି ପାଇଛି। ଅବଶ୍ୟ, ଏହି ମୂଲ୍ୟଗୁଡିକ ବ୍ୟବସାୟିକ ଅର୍ଥାତ୍‌ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ପାଇଁ ବୃଦ୍ଧି କରାଯାଇଥିବାବେଳେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି। କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କା ହୋଇଛି। ଏଠାରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୪୮.୫୦ ଟଙ୍କା ବୃଦ୍ଧି ପାଇଛି । ଏହାପୂର୍ବରୁ ଏଠାରେ ୧୯ କିଲୋଗ୍ରାମ ସିଲିଣ୍ଡର ୧୬୯୧.୫୦ ଟଙ୍କାରେ ଉପଲବ୍ଧ ଥିଲା। କୋଲକାତାରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୧୮୫୦.୫୦ ଟଙ୍କା ହୋଇଛି। ଏଠାରେ ଏହି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ବୃଦ୍ଧି ପାଇଛି। ଏହାପୂର୍ବରୁ କୋଲକାତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୮୦୨.୫୦ ଟଙ୍କା ଥିଲା।

ଅନ୍ୟପକ୍ଷରେ ମାୟାନାଗରୀ ମୁମ୍ବାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୯୨ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ପୂର୍ବରୁ ୧୬୪୪ଟଙ୍କା ଥିଲା। ଏହାର ଅର୍ଥ ଏଠାରେ ମଧ୍ୟ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ବୃଦ୍ଧି ପାଇଛି। ଚେନ୍ନାଇରେ ୧୯କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୯୦୩ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ପୂର୍ବରୁ ୧୮୫୫ ଟଙ୍କା ଥିଲା। ଅର୍ଥାତ୍‌ ଚେନ୍ନାଇରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୮ ଟଙ୍କା ବୃଦ୍ଧି କରାଯାଇଛି।

Leave A Reply

Your email address will not be published.