ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

0

ଚେନ୍ନାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି (ସୋମବାର) ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ରଜନୀକାନ୍ତଙ୍କ ବୟସ ୭୩ ବର୍ଷ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଖବର ପାଇବା ପରେ ମର୍ମାହତ ହୋଇଛନ୍ତି ରଜନୀକାନ୍ତଙ୍କ ଫ୍ୟାନ୍ସ।

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭଗବାନ ଭାବନ୍ତି ତାଙ୍କ ଫ୍ୟାନ୍ସ । ସେ ଅସୁସ୍ଥ ଥିବା ନେଇ ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କୁ ଭଲ ପାଉଥିବା ଫ୍ୟାନ୍ସ । ରଜନୀକାନ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସମସ୍ତେ କାମନା କରିଛନ୍ତି।
ସୁପରଷ୍ଟାର ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାର ସୂତ୍ରରୁ ପ୍ରକାଶ ଯେ ଅଭିନେତାଙ୍କର ହୃଦଘାତ ଜନିତ ସମସ୍ୟା ଥିବାରୁ ଇଣ୍ଟରଭେନସନାଲ ହୃଦ୍‌ରୋଗ ବିଶେଷଜ୍ଞଙ୍କଠାରୁ ଅନୁମତି ନିଆଯାଇଛି। ମଙ୍ଗଳବାର ଦିନ କାର୍ଡିଆକ୍ କ୍ୟାଥ୍ ଲ୍ୟାବ ରେ କିଛି ପରୀକ୍ଷା କରାଯିବ।

ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଚେନ୍ନାଇ ପୋଲିସ କହିଛି ଯେ ପେଟରେ ଯନ୍ତ୍ରଣା ହେତୁ ତାଙ୍କୁ ଚେନ୍ନାଇର ଆପୋଲୋ ଗ୍ରିମସ ରୋଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥି ସହିତ ତାଙ୍କ ପତ୍ନୀ ମିଡିଆରେ ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟ ଅପଡେଟ ଦେଇଛନ୍ତି। ରଜନୀକାନ୍ତଙ୍କ ପତ୍ନୀ ଲତା କେବଳ କହିଛନ୍ତି ଯେ ବର୍ତ୍ତମାନ ସବୁ ଠିକ ଅଛି।

ରଜନୀକାନ୍ତ ବର୍ତ୍ତମାନ ଲୋକେଶ କଙ୍ଗରାଜଙ୍କ ଫିଲ୍ମ ‘କୁଲି’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରୁଛନ୍ତି । ଏହା ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ହେବାକୁ ଯାଉଛି । ଜୁଲାଇରେ ହାଇଦ୍ରାବାଦରେ ‘କୁଲି’ର ସୁଟିଂ ଆରମ୍ଭ ହୋଇଥିଲା । ଫିଲ୍ମ ରିଲିଜ୍‌ ହେବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ତାରିଖ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ। ଅନ୍ୟପଟେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ରଜନୀକନ୍ତଙ୍କ ଅଭିନୀତ ତାମିଲି ଫିଲ୍ମ ‘ଭେଟ୍ଟିୟାନ’ ପରଦାକୁ ଆସିବାକୁ ଯାଉଛି । ସୋମବାର ଦିନ ‘ଭେଟ୍ଟିୟାନ’ ଟ୍ରେଲର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା। ଫିଲ୍ମ ରିଲିଜ ତାରିଖ ଘୁଞ୍ଚିବ ନା ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇ ନାହିଁ ।

ସୂଚନାଯୋଗ୍ୟ, ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ଗତ କିଛି ବର୍ଷ ମଧ୍ୟରେ ଅନେକ ଥର ଖରାପ ହୋଇଯାଇଛି। ଏହି ଅଭିନେତା ୨୦୧୬ରେ ଆମେରିକାରେ କିଡନୀ ପ୍ରତିରୋପଣ ମଧ୍ୟ କରିଥିଲେ। ନିକଟରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ।

Leave A Reply

Your email address will not be published.