ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ବସ୍‌ରେ ଲାଗିଲା ନିଆଁ, ୨୫ ଛାତ୍ରଛାତ୍ରୀ ଜୀବନ୍ତ ଦଗ୍ଧ

0

ଥାଇଲାଣ୍ଡ: ଥାଇଲାଣ୍ଡର ବ୍ୟାଂକକରୁ ମଙ୍ଗଳବାର ଏକ ବଡ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଯାଉଥିବା ବସ୍‌ରେ ନିଆଁ ଲାଗିଛି। ଏହି ଦୁର୍ଘଟଣାରେ ୨୫ ଜଣ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବସ୍‌ରେ ମୋଟ ୪୪ ଜଣ ଲୋକ ଯାତ୍ରା କରୁଥିଲେ।
ହଠାତ୍‌ ଚଳନ୍ତା ବସ୍‌ରେ ଲାଗି ଯାଇଥିଲା ନିଆଁ। ଏହା ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ପୂରା ବସ୍‌କୁ ବ୍ୟାପିଯାଇଥିଲା। ଫଳରେ ଭିତରେ ଥିବା ଅଧିକାଂଶ ପିଲା ଓ ଶିକ୍ଷକ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ବାହାରକୁ ଆସିବାକୁ ସକ୍ଷମ ହୋଇଥିଲେ ହେଁ ବାକି ୨୫ ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ଥାଇଲାଣ୍ଡର ଗୃହମନ୍ତ୍ରୀ କହିଛନ୍ତି, ଘଟଣାସ୍ଥଳର ତଦନ୍ତ ଶେଷ ହୋଇ ନ ଥିବାରୁ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିପାରି ନାହିଁ। କିନ୍ତୁ ବଞ୍ଚିଥିବା ଲୋକଙ୍କ ସଂଖ୍ୟାକୁ ଆଧାର କରି ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.