ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅକ୍ଟୋବର ୫ରେ ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା

0

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରେ ଚାଷୀଙ୍କ ଖାତାକୁ ଚଢିବ ପିଏମ କିଷାନ୍ ଟଙ୍କା । ପାଖାପାଖି ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ୨୦ ହଜାର ଟଙ୍କା । ପିଏମ୍ କିଷାନର ୧୮ ତମ କିସ୍ତିରେ ମହାରାଷ୍ଟ୍ରରୁ ସିଧା ଚାଷୀଙ୍କ କାତାକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ମୋଦି ।

ସେହିପରି ଆସନ୍ତାକାଲି ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି । ପିଏମ ଜନଧନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ । ଦେଓଗଡ଼, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା, ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡ଼ ଭଳି ବିଭିନ୍ନ ଆଦିବାସୀ ଅଞ୍ଚଳରେ ରାସ୍ତା ନିର୍ମାଣ ହେବ ।

ଏଥିସହିତ ଝାଡ଼ଖଣ୍ଡର ହଜାରିବାଗରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ସମସ୍ତ ରାଜ୍ୟର ୬୩ ହଜାର ଗ୍ରାମର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଏହି ଯୋଜନା ।

Leave A Reply

Your email address will not be published.