ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ମୈତ୍ରୀ ବିହାର ଗଣଦୁଷ୍କର୍ମ ଘଟଣାରେ ୨ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର: ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଗଣଦୁଷ୍କର୍ମ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କମିଶନର ଏସ୍‌.ଦେବଦତ୍ତ ସିଂହ। ତେବେ ଘଟଣାରେ ୨ ଜଣ ନୁହେଁ ବରଂ ୩ ଜଣଙ୍କର ସଂପୃକ୍ତି ଥିବା ନେଇ ସ୍ପଷ୍ଟ କରିଛନ୍ତି କମିଶନରେଟ ପୋଲିସ। ସେହି ୩ଜଣଙ୍କ ମଧ୍ୟରୁ ୨ ଜଣ ଘର ଭିତରକୁ ଯାଇଥିବା ବେଳେ ଜଣେ ବାହାରେ ଥିଲା। ବାହାରେ ଥିବା ଲୋକଟି ୨ ଅଭିଯୁକ୍ତଙ୍କୁ ସହାୟତା କରିଛି ବୋଲି କହିଛନ୍ତି କମିଶନରେଟ ପୋଲିସ।

ତେବେ ଘଟଣା ପୂର୍ବଦିନ ସେମାନେ ମହିଳାଙ୍କ ଘରୁ ମୋବାଇଲ ଚୋରି କରିଥିଲେ। ବାଲ୍‌କୋନୀ କବାଟ ଖୋଲା ରହୁଥିବା ଦେଖି ଏହି ଜଘନ୍ୟ କାଣ୍ଡର ଯୋଜନା କରିଥିଲେ । ପରିବା କଟା ଛୁରି ଦେଖାଇ ସେମାନେ ଏହି କାଣ୍ଡ ଘଟାଇଥିଲେ। ତେବେ ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କର ପୂର୍ବରୁ ଅପରାଧ ରେକର୍ଡ ରହିଛି ବୋଲି କହିଛନ୍ତି କମିଶନର ଏସ୍‌.ଦେବଦତ୍ତ ସିଂହ।

ସୂଚନାଯୋଗ୍ୟ, ଗତ ରବିବାର ବିଳମ୍ବିତ ରାତିରେ ରାଜଧାନୀ ସ୍ଥିତ ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଏକ ଫ୍ଲାଟରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ୍ କରିବା ସହ ଘର ଭିତରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତା ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇବା ପରେ ଆଜି ସକାଳେ ଏହି ୨ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା ପୋଲିସ।

Leave A Reply

Your email address will not be published.