ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା

0

ଅରବିନ୍ଦ କେଜରିୱାଲ ବଡ ଘୋଷଣା
ନୂଆଦିଲ୍ଲୀ: ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଆମ ଆଦମୀ ପାର୍ଟି ଆଜି ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ସମୟରେ ଏଏପି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ସମ୍ବୋଧନ ପ୍ରଦାନ କରିଥିଲେ। ୟେ କାର୍ଯ୍ୟକ୍ରମରେ ସେ ମହିଳାଙ୍କ ପାଇଁ ବଡ ଉପହାର ଘୋଷଣା କରିଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଲୋକମାନେ କହିଛନ୍ତି ଯେ କେଜରିୱାଲ ମାଗଣା ଉପହାର ଦିଅନ୍ତି। ଉପହାର ଥଳି ଦେଖାଇ କେଜରିୱାଲ କହିଛନ୍ତି, ମୋର ଆଜି ମାଗଣା ଉପହାର ଅଛି। ଏଥିରେ ୭ଟି ଉପହାର ରହିଛି। ଯେତେବେଳେ ଆପଣମାନେ ଏଠାରୁ ଯିବେ, ସେତେବେଳେ ଆପଣଙ୍କୁ ଗୋଟିଏ ପ୍ୟାକେଟ ମିଳିବ।

କେଜରିୱାଲଙ୍କ ୬ଟି ମାଗଣା ଉପହାର, ମାଗଣା ବିଦ୍ୟୁତ୍‌, ମାଗଣା ଜଳ, ବୟସ୍କମାନଙ୍କ ପାଇଁ ତୀର୍ଥଯାତ୍ରା, ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା, ମାଗଣା ବିଶ୍ୱ ସ୍ତରୀୟ ଶିକ୍ଷା, ମାଗଣା ଔଷଧ ଏବଂ ଚିକିତ୍ସା। ଏବେ କେଜରିୱାଲଙ୍କ ସପ୍ତମ ମାଗଣା ଉପହାର ହେବ, ପ୍ରତି ମାସରେ ୧୦୦୦ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଯିବ। ସେ ଆହୁରି ମଧ୍ୟ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଦିଲ୍ଲୀ ଜନତାଙ୍କ ଭଲପାଇବା, ସମର୍ଥନ ଏବଂ ବିଶ୍ୱାସ ମୋର ସଚ୍ଚୋଟତାର ପ୍ରମାଣ ହେବ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଅର୍ଥ ହେଉଛି ଡବଲ ଲୁଟ। ଗତ ସାତ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଡବଲ ଇଞ୍ଜିନ ସରକାର ଅଛି, କିନ୍ତୁ ଏହା ବିଫଳ ହୋଇଛି।

Leave A Reply

Your email address will not be published.