ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଭୟାବହ ଅଗ୍ନିକାଣ୍ଡରେ ଜୀବନ୍ତ ଜଳିଗଲା ପୁରା ପରିବାର

0

ମୁମ୍ବାଇ: ମୁମ୍ବାଇର ଚେମ୍ବୁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ପୂରା ପରିବାର। ଚେମ୍ବୁରର ସିଦ୍ଧାର୍ଥ କଲୋନୀରେ ଥିବା ଏକ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ପରିବାରର ୭ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ନେଇ ସୂଚନା ମିଳିଛି । ସମସ୍ତେ ଶୋଇଥିବା ବେଳେ ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ ସେମାନେ ଘରୁ ବାହାରି ନପାରି ନିଆଁରେ ଫସି ଯାଇଥିଲେ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

ସୂଚନା ଅନୁସାରେ, ଆଜି ଭୋର ୪ଟା ସମୟରେ ମୁମ୍ବାଇ ଚେମ୍ବୁର ଅଞ୍ଚଳର ସିଦ୍ଧାର୍ଥ କଲୋନୀରେ ଥିବା ଏକ ଘରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। କୋଠାର ତଳ ମହଲାରେ ଥିବା ଏକ ଦୋକାନରେ ସର୍ଟସର୍କିଟ ଯୋଗୁ ନିଆଁ ବ୍ୟାପିଥିଲା। ଫଳରେ ଉପର ମହଲାରେ ରହୁଥିବା ପରିବାର ଲୋକେ ନିଆଁ ଦାଉରୁ ରକ୍ଷା ପାଇ ପାରିନଥିଲେ। ଏଥିରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ମଧ୍ୟ ଅଛନ୍ତି। ଅଗ୍ନିକାଣ୍ଡର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ତେବେ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଏନେଇ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଏହା ଏକ ସର୍ଟସର୍କିଟଜନିତ ଅଗ୍ନିକାଣ୍ଡ ବୋଲି ଜଣା ପଡିଛି।

Leave A Reply

Your email address will not be published.