ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ଭୟାବହ ଅଗ୍ନିକାଣ୍ଡରେ ଜୀବନ୍ତ ଜଳିଗଲା ପୁରା ପରିବାର

0

ମୁମ୍ବାଇ: ମୁମ୍ବାଇର ଚେମ୍ବୁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ପୂରା ପରିବାର। ଚେମ୍ବୁରର ସିଦ୍ଧାର୍ଥ କଲୋନୀରେ ଥିବା ଏକ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ପରିବାରର ୭ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ନେଇ ସୂଚନା ମିଳିଛି । ସମସ୍ତେ ଶୋଇଥିବା ବେଳେ ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ ସେମାନେ ଘରୁ ବାହାରି ନପାରି ନିଆଁରେ ଫସି ଯାଇଥିଲେ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

ସୂଚନା ଅନୁସାରେ, ଆଜି ଭୋର ୪ଟା ସମୟରେ ମୁମ୍ବାଇ ଚେମ୍ବୁର ଅଞ୍ଚଳର ସିଦ୍ଧାର୍ଥ କଲୋନୀରେ ଥିବା ଏକ ଘରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। କୋଠାର ତଳ ମହଲାରେ ଥିବା ଏକ ଦୋକାନରେ ସର୍ଟସର୍କିଟ ଯୋଗୁ ନିଆଁ ବ୍ୟାପିଥିଲା। ଫଳରେ ଉପର ମହଲାରେ ରହୁଥିବା ପରିବାର ଲୋକେ ନିଆଁ ଦାଉରୁ ରକ୍ଷା ପାଇ ପାରିନଥିଲେ। ଏଥିରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ମଧ୍ୟ ଅଛନ୍ତି। ଅଗ୍ନିକାଣ୍ଡର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ତେବେ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଏନେଇ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଏହା ଏକ ସର୍ଟସର୍କିଟଜନିତ ଅଗ୍ନିକାଣ୍ଡ ବୋଲି ଜଣା ପଡିଛି।

Leave A Reply

Your email address will not be published.