ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ

0

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପ୍ରାଚୀନ ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ ହୋଇଛନ୍ତି। ଏଥିସହିତ ୫୦ରୁ ଅଧିକ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହି ତିନି ଅଭିଯୁକ୍ତ ଭାଇମାନେ ହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ, ଆନନ୍ଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ତାଙ୍କ ବଡ଼ ଭାଇ ସାରଦା ପ୍ରସନ୍ନ ଆଚାର୍ଯ୍ୟ।

ସୂତ୍ରରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ପୋଲିସ ଶୁକ୍ରବାର ଦିନ ଦୁଇ ଭାଇ ବରଦା ପ୍ରସନ୍ନ ଏବଂ ଆନନ୍ଦ ପ୍ରସନ୍ନଙ୍କୁ ଗିରଫ କରିଥିବାବେଳେ ଜଗତସିଂହପୁର ସଦର ପୋଲିସ ଶନିବାର ଦିନ ବଡ଼ଭାଇ ସାରଦା ପ୍ରସନ୍ନଙ୍କୁ ଚଣ୍ଢେଇ ଗ୍ରାମରୁ ଗିରଫ କରିଛି। ଅଭିଯୁକ୍ତର ଘରୁ ୫୦ରୁ ଅଧିକ ବିଭିନ୍ନ ଧାତୁର ମୂର୍ତ୍ତି, ପିତ୍ତଳ ନାଗ ସହ ଘଣ୍ଟ ଘଣ୍ଟା ଓ ମନ୍ଦିରର ଅନ୍ୟ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତ ତାର ଘର ଭିତରେ ମାଟି ତଳେ ମୂର୍ତ୍ତି ଗୁଡିକୁ ପୋତି ରଖିଥିବା ବେଳେ ଗ୍ରାମବାସୀ ଓ ଜଗତସିଂହପୁର ପୋଲିସ ସହାୟତାରେ ଏହାକୁ ଖୋଳା ଯାଇ ଉଦ୍ଧାର କରାଯାଇଛି।

ଜଗତସିଂହପୁରରୁ ଏହି ତିନି ଭାଇ କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଜିଲ୍ଲା ଭଳି ଏକାଧିକ ଜିଲ୍ଲାର ମନ୍ଦିରରୁ ଚୋରି କରୁଥିଲେ। ବରଦା-ଅନ୍ନଦା-ସାରଦା ଏହି ତିନି ଭାଇଙ୍କୁ ଗିରଫ କରି ଏମାନଙ୍କ ଲିଙ୍କ୍ ଖୋଜୁଛି ପୋଲିସ୍। ଏମାନଙ୍କ ପାଖରୁ ଏକାଧିକ ବହୁମୂଲ୍ୟ ମୂର୍ତ୍ତି ରାମ କୃଷ୍ଣ, ହନୁମାନ, ବିଶାଳକାୟ ନାଗ, ତ୍ରିଶୁଳ, ଘଣ୍ଟ, ମୁକୁଟ ଏବଂ ଠାକୁରଙ୍କ ବିମାନ ଜବତ ହୋଇଛି ।

Leave A Reply

Your email address will not be published.