ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୋପାଳରୁ ୧,୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

0

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ନିକଟସ୍ଥ ଏକ କାରଖାନାରୁ ବିପୁଳ ପରିମାଣର ଡ୍ରଗ୍ସ ଏବଂ କଞ୍ଚାମାଲ ଜବତ କରାଯାଇଛି। ଏହାର ମୂଲ୍ୟ ପାଖାପାଖି ୧,୮୦୦ କୋଟି ଟଙ୍କା ହେବ। ଏହି କାରାଖାନାରେ ଏମଡି(ମେଫେଡ୍ରୋନ୍) ଡ୍ରଗ୍ସ ତିଆରି ଚାଲିଥିଲା। ଗୁଜୁରାଟର ଆଣ୍ଟି ଟେରରିଜିମ ସ୍କ୍ବାଡ (ଏଟିଏସ) ଏବଂ ଦିଲ୍ଲୀର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମିଳିତ ଭାବେ ଏହି ଅପରେସନରେ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଗଭାଇ ଏନେଇ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇ ତଦନ୍ତକାରୀ ସଂସ୍ଥାଙ୍କୁ ସାଧୁବାଦ ଜଣାଇଛନ୍ତି। ଡ୍ରଗ୍ସ ବିରୋଧ ଲଢେଇରେ ଏହା ଏକ ବଡ଼ ବିଜୟ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ତଥା ନିରାପତ୍ତା ରକ୍ଷା କରିବାରେ ସେମାନଙ୍କର ସହଯୋଗୀ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଭାରତକୁ ଏକ ନିରାପଦ ତଥା ସୁସ୍ଥ ରାଷ୍ଟ୍ର କରିବା ପାଇଁ ତଦନ୍ତକାରୀ ସଂସ୍ଥାଙ୍କୁ ସମର୍ଥନ କରିବାକୁ ସେ ପୋଷ୍ଟରେ ଲେଖିଛନ୍ତି।

Leave A Reply

Your email address will not be published.