ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜଧାନୀରେ ସ୍ପା ନାଁରେ ଚାଲିଥିବା ସେକ୍ସ ରାକେଟ୍

0

ଭୁବନେଶ୍ବର; ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳାକାରନାମା। ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ୍ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ୍। ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ୍ ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଛି । ସେଲୁନ୍ ଆଣ୍ଡ୍ ସ୍ପାରେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଅନୈତିକ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗ ହୋଇଛି

ତେବେ ରବି ଟକିଜ୍ ସ୍ଥିତ ସ୍ପାରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେବା ପରେ ବଡଗଡ ପୋଲିସ୍ ଉକ୍ତି ସ୍ପା ଉପରେ ଚଢାଉ କରିଥିଲା। ଚଢାଉ ପରେ ସେଠାରେ ସେକ୍ସ ରାକେଟ୍ ଠାବ କରିଥିଲା ପୋଲିସ୍। ଏଥିସହିତ ଜଣେ ଯୁବକ ଧରାପଡିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତେବେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ଆସିଥିବା ବେଳେ ତାଙ୍କୁ ସ୍ପା ମାଲିକ ବାଡିଆବାଡି କରିଥିବାରୁ ସେ ଆହତ ହୋଇଥିବା ସୂଚନା ମିଳୁଛି।

ରବି ଟକିଜ୍ ଛକରେ ଥିବା ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଅନୈତିକ କାର୍ଯ୍ୟରେ ଲଗାଉଥିଲେ ସ୍ପା ମାଲିକ। ଏହି ନେଇ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଯୁବତୀଙ୍କ ଭାଇ ସ୍ପାରେରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଯୁବତୀ ଜଣଙ୍କ ଏନେଇ ବଡ଼ ପାଟିରେ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଯୁବତୀ ଓ ତାଙ୍କ ଭାଇଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଓ ଏଥିସହ ବଡ଼ଗଡ଼ ପୁଲିସକୁ ଖବର ଦେଇଥିଲେ। ବରଗଡ଼ ପୁଲିସ ପହଞ୍ଚି ଯୁବତୀ ଓ ତାଙ୍କ ଭାଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏଥିସହ ସ୍ପାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସେଲୁନ୍ ଆଣ୍ଡ୍ ସ୍ପାରୁ ଆପତ୍ତିଜନକ ଜିନିଷ ମିଳିଥିଲା।

Leave A Reply

Your email address will not be published.