ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜଧାନୀରେ ସ୍ପା ନାଁରେ ଚାଲିଥିବା ସେକ୍ସ ରାକେଟ୍

0

ଭୁବନେଶ୍ବର; ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳାକାରନାମା। ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ୍ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ୍। ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ୍ ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଛି । ସେଲୁନ୍ ଆଣ୍ଡ୍ ସ୍ପାରେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଅନୈତିକ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗ ହୋଇଛି

ତେବେ ରବି ଟକିଜ୍ ସ୍ଥିତ ସ୍ପାରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେବା ପରେ ବଡଗଡ ପୋଲିସ୍ ଉକ୍ତି ସ୍ପା ଉପରେ ଚଢାଉ କରିଥିଲା। ଚଢାଉ ପରେ ସେଠାରେ ସେକ୍ସ ରାକେଟ୍ ଠାବ କରିଥିଲା ପୋଲିସ୍। ଏଥିସହିତ ଜଣେ ଯୁବକ ଧରାପଡିଥିବା ବେଳେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତେବେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ଆସିଥିବା ବେଳେ ତାଙ୍କୁ ସ୍ପା ମାଲିକ ବାଡିଆବାଡି କରିଥିବାରୁ ସେ ଆହତ ହୋଇଥିବା ସୂଚନା ମିଳୁଛି।

ରବି ଟକିଜ୍ ଛକରେ ଥିବା ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଅନୈତିକ କାର୍ଯ୍ୟରେ ଲଗାଉଥିଲେ ସ୍ପା ମାଲିକ। ଏହି ନେଇ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଯୁବତୀଙ୍କ ଭାଇ ସ୍ପାରେରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଯୁବତୀ ଜଣଙ୍କ ଏନେଇ ବଡ଼ ପାଟିରେ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଯୁବତୀ ଓ ତାଙ୍କ ଭାଇଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଓ ଏଥିସହ ବଡ଼ଗଡ଼ ପୁଲିସକୁ ଖବର ଦେଇଥିଲେ। ବରଗଡ଼ ପୁଲିସ ପହଞ୍ଚି ଯୁବତୀ ଓ ତାଙ୍କ ଭାଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏଥିସହ ସ୍ପାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସେଲୁନ୍ ଆଣ୍ଡ୍ ସ୍ପାରୁ ଆପତ୍ତିଜନକ ଜିନିଷ ମିଳିଥିଲା।

Leave A Reply

Your email address will not be published.