ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଟ୍ରେନରେ ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ପରିବହନ କଲେ ଜେଲ

0

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ବାଣଜନିତ ସମ୍ଭାବ୍ୟା ବିପଦକୁ ଏଡାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରେନରେ ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀର ବେଆଇନ ପରିବହନକୁ ବାରଣ କରାଯାଇଛି। ଯାତ୍ରୀ ପରିବହନ କରୁଥିବା ଟ୍ରେନ୍‌ରେ ବାଣ, ଗ୍ୟାସ ସିଲିଣ୍ଡର, ଏସିଡ୍‌, ପେଟ୍ରୋଲ, କିରୋସିନ ଆଦି ଦହନଶୀଳ ସାମଗ୍ରୀ ପରିବହନ କରିବା ରେଳପଥ ଅଧିନିୟମ ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏଥିପାଇଁ ୩ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ।

ଟ୍ରେନ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଭିଯାନରେ ଯାତ୍ରୀଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି। ଯାତ୍ରୀମାନେ ଏଥିପ୍ରତି ସଜାଗ ରହିବାକୁ କୁହାଯାଇଛି। ଏ ସଂକ୍ରାନ୍ତ ନିୟମ ଉଲ୍ଲଂଘନ ହେଉଥିବା ନଜରକୁ ଆସିଲେ ରେଳ ସୁରକ୍ଷା ବଳ (ଆର୍‌ପିଏଫ) କର୍ମଚାରୀ, ସରକାରୀ ରେଳ ପୋଲିସ, ଟିଟିଇ, କୋଚ୍‌ ସେବକ ଓ ଷ୍ଟେଶନ ପରିଚାଳକଙ୍କ ସମେତ ଅନ୍‌ବୋର୍ଡ କର୍ମଚାରୀଙ୍କୁ ସୂଚନା ଦେବାପାଇଁ ପରାମର୍ଶ ଦିଆଯାଇଛି।

ଏଥିସହ ରେଳପଥର ହେଲ୍ପ ଲାଇନ ନଂ.୧୩୯କୁ କଲ୍‌ କରି ଜଣାଇବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ଏହି ସୁରକ୍ଷା ବ୍ୟବସ୍ଥା ସହିତ ପୂର୍ବତଟ ରେଳପଥ ରେଳ ଷ୍ଟେଶନଗୁଡିକରେ ସର୍ବସାଧାରଣ ଘୋଷଣା ମାଧ୍ୟମରେ ଯାତ୍ରୀମାନଙ୍କୁ ଅଗ୍ନି ନିର୍ବାପକ ବିପଦ ବିଷୟରେ ସଚେତନ କରୁଛି। ପାର୍ସଲ ଭ୍ୟାନରେ ଲୋଡ୍‌ ହୋଇଥିବା ପାର୍ସଲ ଏବଂ ଲଗେଜଗୁଡିକର ନିରାପଦ ପରିଚାଳନାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ ସ୍ବତନ୍ତ୍ର ଦଳ ଧ୍ୟାନ ଦେଉଛି। ନିରାପତ୍ତା ବୃଦ୍ଧି କରାଇବା ପାଇଁ ଟ୍ରେନ ଏସ୍‌କର୍ଟିଙ୍ଗ ଟିମ୍‌ ଏବଂ ମେରୀ ସହେଲି ଦଳକୁ ଉଭୟ ଯାତ୍ରୀବାହୀ ଟ୍ରେନ ଓ ଲଗେଜ ଉପରେ କଡା ନଜର ରଖିବା ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.