ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀ ମୃତ

0

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଶୁକ୍ରବାର ଜେଲ୍‌ରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଛି। ହେଲେ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଛି। ମୃତ କଏଦୀ ଜଣକ ହେଲେ ବିଦ୍ୟାଧର ଗୁରୁ।

ମିଳିଥିବା ସୂଚନା ମୁତାବକ, ବିଦ୍ୟାଧର ଗତ ୫ ତାରିଖରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଝାରପଡ଼ା ଜେଲ୍‌ରେ ଥିଲେ। ହେଲେ ଜେଲ୍‌ କର୍ତ୍ତୃପକ୍ଷ ଶୁକ୍ରବାର ପରିବାର ଲୋକଙ୍କୁ ହସ୍ପିଟାଲ ଡାକି ବିଦ୍ୟାଧରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିବା ପରିବାର ଲୋକେ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପକ୍ଷେ କେଉଁ ପରିସ୍ଥିତିରେ ବିଦ୍ୟାଧରଙ୍କ ମୃତ୍ୟୁ ଘଟିଲା ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.