ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ପୁଣି ରେଳ ଧାରଣାରେ କାଠଗଣ୍ଡି

0

ଲକ୍ଷ୍ନୌ: ପୁଣି ଟ୍ରେନ୍‌କୁ ଟାର୍ଗେଟ୍। ଲକ୍ଷ୍ନୌରେ ବରେଲି-ବାରାଣସୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବାରୁ ଅଳ୍ପକେ ବର୍ତ୍ତିଛି। ରେଳଧାରଣାରୁ ଏଲପିଜି ସିଲିଣ୍ଡର, ଲୁହାରଡ୍ ଓ ପଥର ମିଳିବା ପରେ ଏବେ ପ୍ରାୟ ୨ଫୁଟ ଲମ୍ୱ ଓ ୧୦ କେଜି ଓଜନର କାଠଗଣ୍ଡି ରଖି ଟ୍ରେନ୍ ଦୁର୍ଘଟଣା କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା। ତେବେ ଲୋକୋ ପାଇଲଟ୍ ଉପସ୍ଥିତ ବୁଦ୍ଧି ଲଗାଇବା ସହ ଜରୁରୀକାଳୀନ ବ୍ରେକ୍ ଲଗାଇ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦେଇଥିଲେ। ଲକ୍ଷ୍ନୌ-ନୂଆଦିଲ୍ଲୀ ରେଳପଥରେ ମାଲିହାବାଦ ଏବଂ କାକୋରୀ ରେଳ ଷ୍ଟେସନ ମଧ୍ୟରେ ରଖାଯାଇଥିବା କାଠଗଣ୍ଡ ବରେଲି-ବାରାଣସୀ ଏକ୍ସପ୍ରେସ ଟ୍ରେନ୍‌ରେ ଫସି ଯାଇଥିଲା। ଲୋକେ ପାଇଲଟ ତୁରନ୍ତ ଟ୍ରେନ୍‌କୁ ଅଟକାଇ ଦେଇଥିଲେ, ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା। ଖବର ପାଇ ଆର୍‌ପିଏଫ୍‌, ଜିଆର୍‌ପି ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତେବେ ଏହି ଏକ୍ସପ୍ରେସ ଗୁରୁବାର ରାତିରେ ମାଲିହାବାଦରୁ ଲକ୍ଷ୍ନୌ ଆଡ଼କୁ ଆସୁଥିଲା। ଧାରଣାରେ କାଠଗଣ୍ଡି ବନ୍ଧା ଯାଇଥିବାରୁ କେହି ଜାଣିଶୁଣି ଏଭଳି କରିଥିବା ସନ୍ଦେହ କରାଯାଉଛି। ଏନେଇ ସିନିୟର ସେକ୍ସନ ଇଞ୍ଜିନିୟରଙ୍କ ଅଭିଯୋଗପରେ ମାଲିହାବାଦ ପୋଲିସ ଷ୍ଟେଶନରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

ଉଲ୍ଲେଖଥାଉକି, ସେପ୍ଟେମ୍ବରରେ କାନପୁରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା, ଯେଉଁଠାରେ ଭିବାନୀ ଯାଉଥିବା କାଳନ୍ଦି ଏକ୍ସପ୍ରେସ ଲାଇନଚ୍ୟୁତ ହେବାରୁ ବର୍ତ୍ତି ଥିଲା। କାରଣ ଟ୍ରାକ୍‌ରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା। ଏହାପୂର୍ବରୁ ବରେଲିରେ ଟ୍ରେନ୍‌କୁ ଲାଇନଚ୍ୟୁତ କରିବାକୁ ଚେଷ୍ଟା କରାଯାଇଥିଲା। ଲଗାତାର ଭାବେ ଏଭଳି ଘଟଣା ରେଳ କର୍ମଚାରୀଙ୍କ ସମେତ ଯାତ୍ରୀଙ୍କୁ ମଧ୍ୟ ଚିନ୍ତାରେ ପକାଇଛି।

Leave A Reply

Your email address will not be published.