ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ପୁଣି ରେଳ ଧାରଣାରେ କାଠଗଣ୍ଡି

0

ଲକ୍ଷ୍ନୌ: ପୁଣି ଟ୍ରେନ୍‌କୁ ଟାର୍ଗେଟ୍। ଲକ୍ଷ୍ନୌରେ ବରେଲି-ବାରାଣସୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବାରୁ ଅଳ୍ପକେ ବର୍ତ୍ତିଛି। ରେଳଧାରଣାରୁ ଏଲପିଜି ସିଲିଣ୍ଡର, ଲୁହାରଡ୍ ଓ ପଥର ମିଳିବା ପରେ ଏବେ ପ୍ରାୟ ୨ଫୁଟ ଲମ୍ୱ ଓ ୧୦ କେଜି ଓଜନର କାଠଗଣ୍ଡି ରଖି ଟ୍ରେନ୍ ଦୁର୍ଘଟଣା କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା। ତେବେ ଲୋକୋ ପାଇଲଟ୍ ଉପସ୍ଥିତ ବୁଦ୍ଧି ଲଗାଇବା ସହ ଜରୁରୀକାଳୀନ ବ୍ରେକ୍ ଲଗାଇ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦେଇଥିଲେ। ଲକ୍ଷ୍ନୌ-ନୂଆଦିଲ୍ଲୀ ରେଳପଥରେ ମାଲିହାବାଦ ଏବଂ କାକୋରୀ ରେଳ ଷ୍ଟେସନ ମଧ୍ୟରେ ରଖାଯାଇଥିବା କାଠଗଣ୍ଡ ବରେଲି-ବାରାଣସୀ ଏକ୍ସପ୍ରେସ ଟ୍ରେନ୍‌ରେ ଫସି ଯାଇଥିଲା। ଲୋକେ ପାଇଲଟ ତୁରନ୍ତ ଟ୍ରେନ୍‌କୁ ଅଟକାଇ ଦେଇଥିଲେ, ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା। ଖବର ପାଇ ଆର୍‌ପିଏଫ୍‌, ଜିଆର୍‌ପି ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତେବେ ଏହି ଏକ୍ସପ୍ରେସ ଗୁରୁବାର ରାତିରେ ମାଲିହାବାଦରୁ ଲକ୍ଷ୍ନୌ ଆଡ଼କୁ ଆସୁଥିଲା। ଧାରଣାରେ କାଠଗଣ୍ଡି ବନ୍ଧା ଯାଇଥିବାରୁ କେହି ଜାଣିଶୁଣି ଏଭଳି କରିଥିବା ସନ୍ଦେହ କରାଯାଉଛି। ଏନେଇ ସିନିୟର ସେକ୍ସନ ଇଞ୍ଜିନିୟରଙ୍କ ଅଭିଯୋଗପରେ ମାଲିହାବାଦ ପୋଲିସ ଷ୍ଟେଶନରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

ଉଲ୍ଲେଖଥାଉକି, ସେପ୍ଟେମ୍ବରରେ କାନପୁରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା, ଯେଉଁଠାରେ ଭିବାନୀ ଯାଉଥିବା କାଳନ୍ଦି ଏକ୍ସପ୍ରେସ ଲାଇନଚ୍ୟୁତ ହେବାରୁ ବର୍ତ୍ତି ଥିଲା। କାରଣ ଟ୍ରାକ୍‌ରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା। ଏହାପୂର୍ବରୁ ବରେଲିରେ ଟ୍ରେନ୍‌କୁ ଲାଇନଚ୍ୟୁତ କରିବାକୁ ଚେଷ୍ଟା କରାଯାଇଥିଲା। ଲଗାତାର ଭାବେ ଏଭଳି ଘଟଣା ରେଳ କର୍ମଚାରୀଙ୍କ ସମେତ ଯାତ୍ରୀଙ୍କୁ ମଧ୍ୟ ଚିନ୍ତାରେ ପକାଇଛି।

Leave A Reply

Your email address will not be published.