ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

କଟକ ଛାତ୍ରୀ ଗଣଦୁଷ୍କର୍ମ ଘଟଣା, ଏକ ତରଫା ପ୍ରେମର ପ୍ରତିଶୋଧ

0

କଟକ: କଟକ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ବେହେରାର ଫଟୋ। ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ଘଟଣା ପଛରେ ଅଛି ପ୍ରେମର ବିରହ ନିଆଁରେ ପ୍ରତିଶୋଧ ପରାୟଣ ହୋଇ ସାଙ୍ଘାତିକ ଷଡଯନ୍ତ୍ର ରଚିଥିଲା କଟକ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ପିତୁ। ପିତୁ ହିଁ ପୂରା କାହାଣୀର ମାଷ୍ଟର ମାଇଣ୍ଡ ବୋଲି ଦର୍ଶାଇଛି ପୋଲିସ୍। ପୀଡିତାଙ୍କୁ ବ୍ଲାକମେଲ କରି ତାଙ୍କ ଠାରୁ ପ୍ରତିଶୋଧ ନେଇଥିଲା ପିତୁ।

ପୋଲିସର ସୂଚନା ଅନୁଯାୟୀ, ନୟାଗଡର ପିତୁ, ବାଦାମବାଡି ଥାନା ଅଞ୍ଚଳର ଆଶୁ ଏବଂ ପୀଡିତା ଏକାଠି ଗୋଟିଏ କଲେଜରେ ପାଠ ପଢୁଥିଲେ। କିଛି ମାସ ପୂର୍ବରୁ ପିଶାଚ ପିତୁ ପୀଡିତାଙ୍କୁ ଏକତରଫା ପ୍ରେମ କରୁଥିଲା। କିନ୍ତୁ ପିତୁର ପ୍ରେମ ନିବେଦନକୁ ଗ୍ରହଣ କରିନଥିଲେ ପୀଡିତା। ଆଉ ଏହାରି ଭିତରେ ପୀଡିତା ଏବଂ ଅନ୍ୟ ସାଙ୍ଗ ଆଶୁ ମଧ୍ୟରେ ଗଢି ଉଠିଥିଲା ପ୍ରେମର ସଂପର୍କ। ପ୍ରେମକୁ ପ୍ରତ୍ୟାଖାନ କରି ତା ସାଙ୍ଗକୁ ଭଲ ପାଇବାରୁ ପୀଡିତାଙ୍କୁ ପାନେ ଚଖାଇବା ପାଇଁ ବାଟ ଖୋଜୁଥିଲା ପିତୁ। ମନେ ମନେ ସୁଯୋଗର ଅପେକ୍ଷାରେ ଥିଲା। ଏହାରି ଭତରେ ପୀଡିତାଙ୍କ ଜନ୍ମଦିନ ପାଳିବା ପାଇଁ ସାଙ୍ଗମାନଙ୍କ ସହ ମିଶି କାଠଗଡା ସାହିରେ ଥିବା ନାବାଳକ ସାଙ୍ଗର କାଫେକୁ ଯାଇଥିଲେ। ସେଠି ଖିଆପିଆ, ମଉଜମଜଲିସ୍ ବାହାନାରେ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଜବରଦସ୍ତି କରିଥିଲା ବୟଫ୍ରେଣ୍ଡ ଆଶୁ। ଆଉ ସେହି ସମୟର ଦୃଶ୍ୟକୁ କାଫେ ମାଲିକ ତା ଫୋନରେ କଏଦ୍ କରିଥିଲା। ତା ପରଦିନ କାଫେ ମାଲିକ ଉକ୍ତ ଭିଡିଓକୁ ଆଶୁ ଏବଂ ପିତୁକୁ ଦେଖାଇଥିଲା। ଯାହାକୁ ଦେଖି ସୁଯୋଗର ସନ୍ଧାନରେ ଥିବା ପିତୁ ତାର ଫାଇଦା ଉଠାଇଥିଲା। ଉକ୍ତି ଭିଡିଓକୁ ନେଇ ପିତୁ ଏବଂ ନାବାଳକ କାଫେ ମାଲିକ ଆଶୁକୁ ବ୍ଲାକମେଲ କରି ପୀଡିତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ କହିଥିଲେ। ଆଶୁ ପୀଡିତାଙ୍କୁ ଭିଡିଓ କଥା କହି ପୁଣି କାଫେକୁ ଡାକିଥିଲା। ଭିଡିଓ ଭାଇରାଲ ହେବା ଭୟରେ ପୀଡିତା ଜଣଙ୍କ କାଫେକୁ ଆସିବା ପରେ ନାବାଳକ କାଫେ ମାଲିକ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲା।

ପିତୁ ନିଜେ ପୀଡିତାଙ୍କ ସହ ଶାରୀରିକ ସଂପର୍କ ରଖିବ ବୋଲି ଆଶୁକୁ କହି ପୁନର୍ବାର ପୀଡିତାଙ୍କୁ ଡାକି ବାରଙ୍ଗର ତ୍ରିଶୁଳିଆ ନେଇଥିଲେ। ସେଠି ଉଭୟ ପିତୁ ଓ ତାର ସାଙ୍ଗ ଲକି ମିଶି ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ଏହି ୪ ଜଣଙ୍କୁ ଛାଡିଦେଲେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ପୀଡିତାଙ୍କ ସହ ଦୁଷ୍କର୍ମ କରିନଥିବା ସ୍ପଷ୍ଟ କରିଛି ପୋଲିସ୍। ସେମାନେ କେବଳ ମୋବାଇଲରେ ଭିଡିଓ ରଖି ପୀଡିତାଙ୍କୁ ବ୍ଲାକମେଲ କରୁଥିଲେ। ତେବେ ସବୁ ଘଟଣା ବିଷୟରେ ପୀଡିତା ତାଙ୍କ ଏତଲାରେ ଲେଖିଥିବା ସୂଚନା ଦେଇଛି ପୋଲିସ୍। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଫୋନ୍ ଏବଂ ଘଟଣା ଦିନ ପିନ୍ଧିଥିବା ପୋଷାକ ସବୁକୁ ପୋଲିସ୍ ରାଜ୍ୟ ଫରେନ୍ସିକ୍ ପାଖକୁ ପଠାଟାଇଥଇବା ସୂଚନା ମିଳିଛି। ଏଥିସହିତ ଏହି ଘଟଣାରେ ଯାହା ଯାହା ପ୍ରମାଣ ମିଳିଛି, ସେଥିରେ ଦୋଷୀଙ୍କୁ ଦଣ୍ତିତ କରିବା ପାଇଁ ପର୍ଯ୍ୟାପ୍ତ ବୋଲି କହିଛନ୍ତି କଟକ ଡିସିପି। ଏଥିସହିତ ଖୁବ୍ ଶୀଘ୍ର ଏହି ଘଟଣାରେ ଚାର୍ଜସିଟ୍ ଦାଖଲ କରାଯିବ।

Leave A Reply

Your email address will not be published.