ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଏବେ ୭ ବର୍ଷ ପରେ ଜଣେ ଏସଆଇ ଇନ୍ସପେକ୍ଟର ହୋଇପାରିବେ

0

ଭୁବନେଶ୍ବର; ଏସଆଇମାନଙ୍କ ପଦୋନ୍ନତି ନେଇ ଆସିଲା ଖୁସି ଖବର। ଓଡ଼ିଶା ସରକାର ପୋଲିସ ପ୍ରଶାସନରେ ପଦୋନ୍ନତି ପାଇଁ ଯୋଗ୍ୟତା ନିୟମକୁ ପରିବର୍ତ୍ତନ କରିଛନ୍ତି। ଏଣିକି ୭ ବର୍ଷ ଏସଆଇ ରହିବା ପରେ ଜଣେ ଇନ୍ସପେକ୍ଟର ହୋଇପାରିବେ। ପୂର୍ବରୁ ଏହା ୧୦ ବର୍ଷ ଥିଲା।
ନିଷ୍ପତ୍ତି ଅନୁଯାୟୀ, ପୋଲିସ ଏସଆଇରୁ ଇନ୍ସପେକ୍ଟର ପଦୋନ୍ନତି ପାଇଁ ଯୋଗ୍ୟତା ମାନଦଣ୍ଡକୁ କମାଇ ଦିଆଯାଇଛି। ପଦୋନ୍ନତିକୁ ୧୦ ବର୍ଷରୁ ଖସାଇ ୭ ବର୍ଷ କରିଛନ୍ତି ରାଜ୍ୟ ସରକାର। ଅର୍ଥାତ୍ ଏଣିକି ୭ ବର୍ଷ ପରେ ଜଣେ ଏସଆଇ ଇନ୍ସପେକ୍ଟର ହୋଇପାରିବେ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହା ଦ୍ୱାରା ପୋଲିସ ଏସଆଇ ଭାବେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଦୋନ୍ନତି ପାଇଁ ଆଉ ୧୦ ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ରାଜ୍ୟ ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦ୍ୱାରା ପୋଲିସ କର୍ମଚାରୀମା‌ନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଯାଇଛି। ଏହା ଦ୍ୱାରା ସେମାନେ ଆହୁରି ଭଲ କାମ କରିବେ ବୋଲି ମଧ୍ୟ ଆଶା କରାଯାଉଛି।

Leave A Reply

Your email address will not be published.