ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

0

ବିଜାପୁର: ଛତିଶଗଡ ବିଜାପୁର ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ବୁଧବାର ମାଓବାଦୀମାନେ ହତ୍ୟା କରିଛନ୍ତି। ସେ ହେଲେ ସୁବଳ ଦୁଲାରୁ। ବିଜାପୁର ଜିଲା ଜଙ୍ଗଲା ଥାନା ଅଧୀନରେ ଥିବା ପୋଟେନାର ଗ୍ରାମରେ ମାଓବାଦୀମାନେ ଏକ ପ୍ରଜାକୋର୍ଟ କରିଥିଲେ। ଏଥିରେ ଇନ୍‌ଫର୍ମର ସନ୍ଦେହରେ ଜଣେ ଆଦିବାସୀ ଯୁବକ ସୁବଳଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ବିଜାପୁର ଅତିରିକ୍ତ ଏସ୍‌ପି ଚନ୍ଦ୍ରକାନ୍ତ ଗଭର୍ନା କହିଛନ୍ତି, ଦୁଲାରୁଙ୍କ ହତ୍ୟା ସମ୍ପର୍କରେ ସୂଚନା ମିଳିଛି। ଯାଞ୍ଚ ପାଇଁ ପୋଲିସ ଟିମ୍‌ ଘଟଣାସ୍ଥଳକୁ ପଠାଯାଇଛି।

Leave A Reply

Your email address will not be published.