ପ୍ରମୁଖ ଖବର

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କଲେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ
ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା ପୋଲିସ ଟିମ୍
ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି
ଗିରଫ ହେଲେ କୋଟିପତି ଡିଏଫଓ ନିତ୍ୟାନନ୍ଦ ନାୟକ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ମୃତ

0

ଜୟପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ମୃତ। ବାଇକ୍‌ରେ ଯିବାବେଳେ ମାଡ଼ିଗଲା ଟ୍ରକ, ଚାଲିଗଲା ୪ ଜଣଙ୍କ ଜୀବନ। କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଏନ୍ଏଚ୍ ୨୬ ଜବାକନାଡ଼ି ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା।

ଗୋଟିଏ ବାଇକ୍‌ରେ ୪ ଜଣ ଯିବାବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ସଦର ଥାନା ପୋଲିସ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଏଯାଏ ମୃତକମାନଙ୍କର ପରିଚୟ ମିଳିନାହିଁ। ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ଗୋଟିଏ ବାଇକ୍‌ରେ ବିପଦପୂର୍ଣ୍ଣ ଭାବେ ୪ ଜଣ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.