ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଦକ୍ଷିଣ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

0

ଘନୀଭୂତ ହୋଇ ତାମିଲନାଡୁ ଉପକୂଳ ଆଡ଼କୁ ଅଗ୍ରସର ହେବା ସମ୍ଭାବନା
ଭୁବନେଶ୍ବର: ବିଷୁବରେଖା ରେଖା ନିକଟସ୍ଥ ପୂର୍ବ ଭାରତ ମହାସାଗରୀୟ ଅଞ୍ଚଳ ତଥା ଦକ୍ଷିଣ ଆଣ୍ଡମାନ ସାଗର ବାୟୁ ମଣ୍ଡଳ ଉପରି ଭାଗ ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ଏହି କ୍ଷେତ୍ର କ୍ରମଶଃ ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ରେ ପରିଣତ ହେବ। ଏହା ପରେ ଏହି କ୍ଷେତ୍ର ଟି ସେହି ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ର କେନ୍ଦ୍ରୀୟ ଭାଗ ରେ ଏକ ଡିପ୍ରେଶନ ର ରୂପ ନେବ। ଏହି ସମୟ ରେ ଦକ୍ଷିଣ ବଙ୍ଗୋପସାଗର ରେ ସମୁଦ୍ର ପୃଷ୍ଠ ର ତାପମାତ୍ରା ୨୯°C ରହିଛି । ଅନ୍ୟାନ୍ୟ ସମସ୍ତ ବାୟୁମଣ୍ଡଳୀୟ ଓ ସାମୁଦ୍ରିକ ବାତାବରଣ ଏହି ସିଷ୍ଟମ କୁ ଅଧିକ ଘନୀଭୂତ କରିବାରେ ସହାୟକ ହେବ।

ବିଭିନ୍ନ ମଡେଲ ମାନଙ୍କ ଆକଳନ ଅନୁଯାୟୀ ସିଷ୍ଟମ୍ ଟି ଡିପ୍ରେଶନ ରୂପ ନେବା ପରେ ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେଶନ ରେ ପରିଣତ ହେବ ଓ ବାତ୍ୟା ରୂପ ନେଇ ତାମିଲନାଡୁ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଏହି କ୍ଷେତ୍ର ପ୍ରଭାବ ରେ ୨୭ -୨୯ ତାରିଖ ମଧ୍ୟରେ ତାମିଲନାଡ଼ୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ରେ ଏହି ସିଷ୍ଟମ୍ ର ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। କେବଳ ଦକ୍ଷିଣ ଉପକୂଳ ଓଡ଼ିଶା ରେ ପାଗ କେତେକାଂଶ ରେ ମେଘୁଆ ରହିବା ସହ ଅଳ୍ପ କିଛି ଅଞ୍ଚଳ ରେ ଅଳ୍ପ ବର୍ଷା ହୋଇପାରେ।

ଓଡ଼ିଶା ରେ ଆସନ୍ତା ୪ ଦିନ ଯାଏଁ ରାତି ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ତେବେ ପରବର୍ତ୍ତୀ ସମୟ ରେ ରାତି ତାପମାତ୍ରା ୨-୩°C ବୃଦ୍ଧି ହେବାର ସମ୍ଭାବନା ରହିଛି।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.