ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ବବି ଦାସଙ୍କ ଭାଇ ନାଁରେ ଏତଲା

0

ଯାଜପୁର: ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଏତଲା। ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଯାଜପୁର ଥାନାରେ ଏତଲା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଭବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଏତଲା କରିଛନ୍ତି ଜଣେ ବ୍ୟବସାୟୀ। ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ଼ ମାରିବା ସହ ଟଙ୍କା ଛଡ଼ାଇ ନେଇଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି ବ୍ୟବସାୟୀ ଜଣଙ୍କ। ବିଏନଏସ ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ଭବ ପ୍ରକାଶ ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି।

ସେପଟେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ଗତକାଲି ପୋଲିସ ୧୦ଜଣଙ୍କୁ ଗିରଫ କରି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଛି। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତେବେ ଉକ୍ତ ଘଟଣାରେ ଯାଜପୁର ପୂର୍ବତନ ବିଧାୟକ ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଧାୟକ ହିମାଂଶୁ।

ହିମାଂଶୁଙ୍କ ଅଭିଯୋଗ ମୁତାବକ, ବୁଧବାର ଡିଡିଏମ୍‌ଙ୍କ ସହିତ ଥିବା ବୈଠକରେ ଯୋଗଦେବାକୁ ଅଫିସକୁ ଯାଉଥିଲେ। ଏତିକିବେଳେ ରାସ୍ତାରେ କିଛି ଲୋକ ରାସ୍ତାରୋକା କରିଥିଲେ। ରାସ୍ତା ବନ୍ଦ ଥିବାରୁ ଗାଡ଼ି ଅଟକି ରହିଥିଲା, ଠିକ୍ ସେତିକି ବେଳେ କିଛି ଲୋକ ମାଡ଼ି ଆସିଥିଲେ। ସେମାନଙ୍କ ନିକଟରେ ରଡ, ଠେଙ୍ଗା ଥିଲା। ଏଥିରେ ସେମାନେ ମୋ ଗାଡ଼ିକୁ ପିଟିଥିଲେ। ଏହାପରେ ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ। ସମସ୍ତେ ମିଶି ମୋତେ ପିଟି, ମୋ ଚେନ ଛିଡ଼ାଇ ନେଇଥିଲେ। ଆକ୍ରମଣ କରିବା ସମୟରେ ସେମାନେ ବବି ଭାଇ ଜିନ୍ଦାବାଦ କହି ନାରା ଦେଇଥିଲେ।

Leave A Reply

Your email address will not be published.