ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବାଂଲାଦେଶୀ ଯୁବତୀ ଉଦ୍ଧାର ପରେ ମାମଲା ରୁଜୁ କଲା କମିଶନରେଟ ପୋଲିସ

0

ବାଂଲାଦେଶୀ ନାବାଳିକାଙ୍କ ବୟାନ, ଚାକିରି କରାଇ ଦେବା କହି ଦେହ ବ୍ୟବସାୟ କରାଉଥିଲେ
କଟକ: କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି। ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ନାବାଳିକା ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି। ଘଟଣା ପଛରେ ରାକେଟ୍‌ର ହାତ ଅଛି କି ନାହିଁ ସେନେଇ ତଦନ୍ତ ହେବ। ତଦନ୍ତ ପାଇଁ ଟିମ୍‌ ଗଠନ କରାଯାଇଥିବା କହିଛନ୍ତି ଡିସିପି ପିନାକ ମିଶ୍ର।

ସୂଚନା ଅନୁସାରେ, କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ। ନାବାଳିକା ଉଦ୍ଧାର ହୋଇଥିବା ସ୍ଥାନକୁ ଯାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ବାଂଲାଦେଶରୁ ନାବାଳିକା ଓ ଯୁବତୀଙ୍କୁ ବେଆଇନ ଭାବେ ସୀମା ପାର କରାଇ ବେଆଇନ କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରୁଥିବା କମିଶନରେଟ ପୋଲିସ ୫ ଦଲାଲଙ୍କ ନାଁରେ ମାମଲା ରୁଜୁ କରିଛି। ଅନ୍ୟପଟେ ଚାକିରି କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ କଟକ ଆଣି ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଇଥିବା ବୟାନ ଦେଇଛନ୍ତି ନାବାଳିକା।

ଉଦ୍ଧାର ନାବାଳିକା ବୟସ ପାଖାପାଖି ୧୭ ବର୍ଷ ହେବ। ସେ ରୋଜଗାର ପାଇଁ ଭିଟାମାଟି ଛାଡ଼ିଥିଲେ। ଫେସବୁକ୍ ଜରିଆରେ ଜଣେ ଯୁବକଙ୍କ ସହ ପରିଚିତ ହେବା ପରେ ଭାରତ ଆସିଥିଲେ। ଚାକିରି କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ କଟକ ଆଣି ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଇଥିବା ବୟାନ ଦେଇଛନ୍ତି ନାବାଳିକା। ପ୍ରଥମେ ତାଙ୍କୁ କୋଲକତା ପରେ ଭୁବନେଶ୍ୱରରେ ରହିବାକୁ ପଡିଥିଲା। ରୋଜଗାର ଲାଗି କିଛି ଯୁବକ ତାଙ୍କୁ ଏକ ମସାଜ୍ ସେଣ୍ଟରରେ ଅବସ୍ଥାପିତ କରିଥିଲେ। ସେ କଟକ ଉପକଣ୍ଠ ଗୋପାଳପୁର ଠାରେ ରହୁଥିଲେ। ନାବାଳିକା ଜଣଙ୍କ ଦେହ ବ୍ୟବସାୟ କରିବାକୁ ରାଜି ହୋଇ ନଥିଲେ। କୌଣସି ମତେ ସେମାନଙ୍କ କବଳରୁ ଖସି ଆସି ମଧୁପାଟଣା ଅଞ୍ଚଳରେ ଏକା ଏକା ବୁଲୁଥିବା ବେଳେ, ପୋଲିସ ଉଦ୍ଧାର କରି ଚାଇଲ୍ଡ କେୟାର ହୋମକୁ ନେଇଥିଲା।

Leave A Reply

Your email address will not be published.