ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ଝାଡ଼ଖଣ୍ଡରେ ପୁଣି ଚାଲିବ ହେମନ୍ତ ରାଜ

0

୨୬ରେ ନେଇ ପାରନ୍ତି ଶପଥ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ପୁଣି ଚାଲିବ ହେମନ୍ତ ସୋରେନଙ୍କ ଶାସନ। ଆସନ୍ତା ୨୬ରେ ମୁଖ୍ୟମନ୍ତ୍ରୀ ଭାବେ ନେଇ ପାରନ୍ତି ଶପଥ। ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପ୍ରକ୍ରିୟା ତୀବ୍ର ହୋଇଛି।

ସୂଚନା ମୁତାବକ, ନୂଆ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହ ନଭେମ୍ବର ୨୬ରେ ଆୟୋଜିତ ହେବାକୁ ଯାଉଛି। ଏହି ସମାରୋହରେ ବିରୋଧୀ ଦଳର ଅନେକ ବଡ଼ ନେତା ମଧ୍ୟ ସାମିଲ ହେବେ। ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆପ୍‌ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତୃତ୍ୱାଧୀନ ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୫୬ ଆସନ ସହ ଜବରଦସ୍ତ ବିଜୟ ହାସଲ କରି ​​କ୍ଷମତା ବଜାୟ ରଖିଛି। ଜେଏମଏମ ନେତୃତ୍ୱାଧୀନ ମେଣ୍ଟ ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୫୬ଟି ଆସନ ଜିତିଥିବାବେଳେ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟକୁ ମାତ୍ର ୨୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ନିର୍ବାଚନରେ ବିଜେପି ଖେଳିଥିବା ଆଦିବାସୀ ଓ ଅନୁପ୍ରବେଶକାରୀ କାର୍ଡ ଫେଲ୍ ମାରିଛି। ନିର୍ବାଚନରେ ସବୁଠାରୁ ଲାଭବାନ ହୋଇଛି ଆରଜେଡି । ୨୦୧୯ ନିର୍ବାଚନରେ ଦଳ ଗୋଟିଏ ଆସନ ପାଇଥିବାବେଳେ ଚଳିତ ନିର୍ବାଚନରେ ୪ଟି ଆସନରେ ବିଜୟୀ ହୋଇଛି।

Leave A Reply

Your email address will not be published.