ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଜାମା ମସଜିଦରେ ସର୍ଭେ ବେଳେ ହିଂସା, ୩ ମୃତ

0

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଜାମା ମସଜିଦରେ ସର୍ଭେ ସମୟରେ ହିଂସା ଘଟି ସେଥିରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଜିଲାର ଆରକ୍ଷୀ ଅଧିକ୍ଷକ(ଏସପି) ଏହି ଖବରକୁ ନିଶ୍ଚିତ କରିଛନ୍ତି। ମୃତକ ତିନି ଜଣ ହେଉଛନ୍ତି ନୋମାନ, ବିଲାଲ ଏବଂ ନଇମ। ସର୍ଭେ ବେଳେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଏପରି ହୋଇଛି ଯେ ଏଥିରେ ତିନି ଜଣଙ୍କ ଜୀବନ ଯାଇ ଥିବାବେଳେ ୩୦ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ ଦୁଇ ମହିଳାଙ୍କ ସମେତ କିଛି ଲୋକଙ୍କୁ ଗିରଫ କରାଯାଇଛି। ମହିଳାମାନେ ଛାତ ଉପରୁ ପଥରମାଡ଼ କରିଥିଲେ। ସ୍ଥାନୀୟ ଏସଆଇ କହିଛନ୍ତି ଯେ, ଘଟଣାସ୍ଥଳରେ ପ୍ରାୟ ୩୦୦ ଲୋକେ ଜମା ହୋଇଥିଲେ, ସେମାନଙ୍କ ପଛରେ ମଧ୍ୟ ଅନେକ ଲୋକ ଥିଲେ। ଏହି ଲୋକମାନେ ପୋଲିସକୁ ଟାର୍ଗେଟ କରିଥିଲେ। ଏଥିରେ ଏସଆଇ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଭାରତରେ ମୋଗଲ ସାମ୍ରାଜ୍ୟ ସମୟରେ ମସଜିଦ ନିର୍ମାଣ ପାଇଁ ଏଠାରେ ଥିବା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ନେଇ ହିନ୍ଦୁ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେଣୁ ଏହି ସ୍ଥାନରୁ ମସଜିଦ ଉଚ୍ଛେଦ ପାଇଁ ଦାବି କରିଥିଲେ ହିନ୍ଦୁ ପକ୍ଷ। ଏହି ଆବେଦନର ଶୁଣାଣି କରି କୋର୍ଟ ମସଜିଦରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ସକାଳେ ହାଇକୋର୍ଟଙ୍କ ଆଦେଶ ପରେ ଏକ ଟିମ୍ ଜାମା ମସଜିଦ ସର୍ଭେ କରିବାକୁ ଆସିଥିଲେ। ଏତିକି ବେଳେ ସ୍ଥାନୀୟ ଲୋକେ ପଥରମାଡ ଆରମ୍ଭ କରିଦେଇଥିଲେ, ଯାହାପରେ ପୋଲିସ ଲୁହବୁହା ଗ୍ୟାସ ମାଡ଼ କରିଥିଲା। ଏହାପରେ ପ୍ରଦର୍ଶନକାରୀମାନେ କିଛି ସ୍ଥାନରେ ନିଆଁ ଲଗାଇ ପ୍ରତିବାଦ କରିଥିଲେ। ଏହି ସମୟରେ ପୋଲିସ ସହିତ ହିଂସାରେ ଏସପି ସମେତ ଅନେକ ପୋଲିସ ଅଧିକାରୀ ଆହତ ହୋଇଥିଲେ।

ଏହି ଘଟଣାରେ ଏସପି କହିଛନ୍ତି, ପଥରମାଡ଼ କରୁଥିବା ଲୋକମାନେ ପୋଲିସ ଗାଡ଼ିରେ ନିଆଁ ଲଗାଇ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ।

Leave A Reply

Your email address will not be published.