ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ପାନ୍‌-୨.୦କୁ ମିଳିଲା ଅନୁମୋଦନ, କ୍ୟୁଆର କୋର୍ଡ ସହ ଆସିବ ପାନ୍‌ କାର୍ଡ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ପାନ୍‌-୨.୦କୁ ମିଳିଲା ଅନୁମୋଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆୟକର ବିଭାଗର ପାନ୍‌-୨.୦ ପ୍ରକଳ୍ପକୁ ଅନୁମୋଦନ ଦେଇଛି। ପାନ୍‌ ପାନ୍‌-୨.୦ ଏକ ଇ-ଗଭର୍ଣ୍ଣାସ ପ୍ରକଳ୍ପ । ଏହା ପାନ୍‌-୧ର ଅପଗ୍ରେଡ୍ ଭର୍ସନ । ଏହା ପ୍ୟାନ୍ ବୈଧତାକୁ ସୁଦୃଢ କରିବ। ଏହି ନୂଆ ପାନ୍‌ କାର୍ଡ ଟିକସଦାତାଙ୍କୁ ଉନ୍ନତ ମାନର ଆକସେସ ଏବଂ ଦ୍ରୁତ ସେବା ପ୍ରଦାନରେ ସହଯୋଗ କରିବ।

ଏଣିକି କ୍ୟୁଆର କୋର୍ଡ ସହ ଆସିବ ପାନ୍‌ କାର୍ଡ। ପାନ୍‌ ୨.୦ ପ୍ରକଳ୍ପକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍। ବର୍ତ୍ତମାନର କାର୍ଡ ଗୁଡ଼ିକୁ ବିନା କୌଣସି ଦେୟରେ କ୍ୟୁଆର କୋର୍ଡ ସହ ଅପ୍‌ଗ୍ରେଡ୍ କରାଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହା ଦ୍ବାରା ଲୋକଙ୍କ ପାଖରେ ସହଜ ଓ ତ୍ବରିତ ଭାବେ ସେବା ପହଞ୍ଚିବ। ଏହାସହ ସେବା ମାନରେ ବି ଉନ୍ନତି ଆସିବ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ।

ସେ ଆହୁରି କହିଛନ୍ତି ଯେ ପାନ୍‌ କାର୍ଡ ଆମ ଜୀବନର ଏକ ଅଂଶ। ମଧ୍ୟବିତ୍ତ ଏବଂ ଛୋଟ ବ୍ୟବସାୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ପ୍ରକଳ୍ପ ପାଇଁ ରାଜକୋଷରୁ ୧୪୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ ମାଧ୍ୟମରେ ସତ୍ୟ ଓ ଡାଟାର ଏକକ ଉତ୍ସ ରହିବ। ଲୋକଙ୍କ ପାଖରେ ସହଜରେ ସେବା ପହଞ୍ଚିପାରିବ। ଏପରି କଲେ ପରିବେଶ ଅନୁକୂଳ ପ୍ରକ୍ରିୟା ସହିତ ଖର୍ଚ୍ଚ କମିବ। ଭିତ୍ତିଭୂମିର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ। ଟିକସଦାତାଙ୍କୁ ଅନେକ ପ୍ରକାରର ସୁବିଧା ମିଳିବ। ଟିକସଦାତାଙ୍କୁ ପରିବର୍ଦ୍ଧିତ ଡିଜିଟାଲ ଅନୁଭୂତି ମିଳିପାରିବ। ଗୋଟିଏ ସ୍ଥାନରେ ସବୁ ପ୍ରକାର ସୁବିଧା ଉପଲବ୍ଧ ହେବ।

Leave A Reply

Your email address will not be published.