ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୀମସାରରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

0

ବୁର୍ଲା: ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣାରେ ଖୁସି ଖବର। ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କଲା ପୋଲିସ। ୪୮ ଘଣ୍ଟା ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲା ଭୀମସାର ମେଡିକାଲ ପରିସରରୁ ଚୋରି ହୋଇଥିବା ଶିଶୁପୁତ୍ର। ରେଙ୍ଗାଲିରୁ ଉଦ୍ଧାର ହୋଇଛି ନବଜାତକ। ଚୋରି କରିଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କୁ ଅଟକ ରଖିଛି ପୋଲିସ। ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଅଧିକ ଚିକିତ୍ସା ପାଇଁ ତାକୁ ୭୨ ଘଣ୍ଟା ଅବଜରଭେସନରେ ରଖାଯିବ ବୋଲି ଡାକ୍ତର କହିଛନ୍ତି।

ଗତ ନଭେମ୍ବର ୨୬ରେ ବୁର୍ଲା ଭୀମସାରରୁ ଶିଶୁର ସଂପର୍କୀୟାଙ୍କ ପାଖରୁ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଛି। ଛତିଶଗଡରୁ ଆସି ଭୀମସାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳା। ରବିବାର ଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା।

ପିଲା ଚୋରି ଘଟଣା ନେଇ ଶିଶୁର ମାଆ ଦେଇଛନ୍ତି ଚାଚଂଲ୍ୟକର ତଥ୍ୟ। କିଭଳି ଉକ୍ତ ମହିଳା ଜଣଙ୍କ ଡେଲିଭରି ପରେ ଆସି ସେମାନଙ୍କ ସହ ବନ୍ଧୁତା ଜମାଇଥିଲେ। ଭଉଣୀଙ୍କ ସହ ସମ୍ପର୍କ ବଢାଇ ଜଣେ ମହିଳା ତାଙ୍କ ନିକଟରୁ ବାରମ୍ବାର ଆସୁଥିଲେ। ସେହି ମହିଳା ହିଁ ତାଙ୍କ ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ଶିଶୁର ମାଆ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ଭୀମସାର ଅଧିକାରୀ ଓ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲେ। ନନଷ୍ଟପ୍ ଚେକିଂ-ବ୍ଲକିଂ, ଖୋଳତାଡ, ୩ଶହରୁ ଉର୍ଦ୍ଧ୍ୱ ସିସିଟିଭି ଯାଂଚ ପରେ ଶେଷରେ ଆଜି ରେଙ୍ଗାଲି ଗଣେଶ ନଗର ଅଂଚଳରୁ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୁଲିସର ଏକ ସ୍ପେଶାଲ ଟିମ୍। ସିସିଟିଭିରେ ମହିଳାଙ୍କୁ ଚିହ୍ନଟ କରିଥିଲେ ଶିଶୁର ମାଆ।

Leave A Reply

Your email address will not be published.