ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଡିଜିପି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଖଲିସ୍ତାନୀ ଆତଙ୍କୀ ପନ୍ନୁନର ଧମକ

0

ଭୁବନେଶ୍ଵର: ଭୁବନେଶ୍ଵରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଡିଜିପି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁନ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଥିବା ବେଳେ କଡା ସୁରକ୍ଷା ବଳୟରେ ଛାଉଣି ହେଉଛି ରାଜଧାନୀ। ଏକ ଭିଡିଓ ବାର୍ତ୍ତା ଜାରି କରି ପନ୍ନୁନ ଏହି ଧମକ ଦେଇଛି। ଯେଉଁଥିରେ ଟାର୍ଗେଟରେ ଡିଜିପି ଏବଂ ଆଇଜି ସମ୍ମିଳନୀ ରହିଥିବା ବେଳେ ଭୁବନେଶ୍ବରର ହୋଟେଲ ଏବଂ ମନ୍ଦିର ଘେରାଉ ନେଇ ସୂଚନା ମିଳିଛି। ତିନି ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ସାରା ଦେଶର ବିଶିଷ୍ଟ ବ୍ୟକ୍ତି ଓ ବରିଷ୍ଠ ଅଧିକାରୀ ସାମିଲ ହେବେ। ତେବେ ଏହା ପୂର୍ବରୁ ପନ୍ନୁ ଧମକ ଦେବା ସବୁଠି ହଇଚଇ ସୃଷ୍ଟି କରିଛି। ସେପଟେ ପୋଲିସ ଡିଜି-ଆଇଜି ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ କ୍ୟାପିଟାଲ ସିଟି।

ଏହାକୁ ଭଣ୍ଡୁର କରିବା ପାଇଁ ଶିଖ୍ ଫର ଜଷ୍ଟିସ୍ ମୁଖ୍ୟ ଗୁରୁପନ୍ତ ସିଂହ ପନ୍ନୁନ ଏକ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସମର୍ଥକଙ୍କୁ ଭୁବନେଶ୍ୱରର ମନ୍ଦିର-ହୋଟେଲରେ ଛଦ୍ମବେଶରେ ଲୁଚି ରହିବାକୁ ଅନୁରୋଧ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାମ ମନ୍ଦିର ଯିବାକୁ ଚ୍ୟାଲେଞ୍ଜ କରିଛି ପନ୍ନୁନ । ଏଥିସହିତ ସେଠି ନକ୍ସଲ, ମାଓବାଦୀ ଏବଂ କାଶ୍ମୀରୀ ଯୋଦ୍ଧାମାନଙ୍କୁ ଛଦ୍ମବେଶରେ ଲୁଚିରହି ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାପୁ ଆହ୍ବାନ ଦେଇଛି।

ପନ୍ନୁନ ଗୁରୁବାର ଏହି ଭିଡିଓ ବାର୍ତ୍ତା ଜାରି କରିଛି। ଭିଡିଓରେ ସେ କହିଛି ଯେ, ହିନ୍ଦୁତ୍ଵ ଚିନ୍ତାଧାରା ଅଧୀନରେ ଏହି ଡିଜିପି ସମ୍ମିଳନୀ କରାଯାଉଛି। ୨୦୦ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ଛାଉଣୀ ଭିତରେଏହି ଡିଜିପି ସମ୍ମିଳନୀ ହେବାକୁ ଯାଉଛି । ଯାହା ଦେଶରେ ଥିବା ଖଲିସ୍ତାନୀ ଶିଖ୍, କଶ୍ମୀର ଯୋଦ୍ଧା ଏବଂ ନକ୍ସଲ ଓ ମାଓଙ୍କୁ ମୂଳପୋଛ କରିବା ପାଇଁ ଆୟୋଜନ କରାଯାଉଛି। ତେଣୁ ୟାକୁ ଭଣ୍ଡୁର କରିବା ପାଇଁ ଆହ୍ବାନ ଦେଇଛି ପନ୍ନୁନ୍। ତେବେ ପନ୍ନୁନର ଏଭଳି ଧମକପୂର୍ଣ୍ଣ ବାର୍ତ୍ତାକୁ ନେଇ ଓଡିଶା ପୋଲିସ୍ ହାଇ ଆଲଟରେ ଥିବା ମନ୍ତବ୍ୟ ଦେଇଛନ୍ତି ଡିଜିପି ଓ୍ବାଇବି ଖୁରାନିଆ।

Leave A Reply

Your email address will not be published.