ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

୩ ଦିନ ପାଇଁ ଏସବୁ ରାସ୍ତାରେ ବନ୍ଦ ରହିବ ମୋ ବସ

0

ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇଜି-ଡିଜିପି ସମ୍ମିଳନୀ। ଯେଉଁଥିରେ ଦେଶର ସମସ୍ତ ଆଇଜି ଏବଂ ଡିଜିପି ଯୋଗ ଦେବେ। ଏଥିପାଇଁ ରାଜଧାନୀରେ ଭିଭିଆଇପିଙ୍କ ଭିଡ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ରୁଟ ନେଇ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି।

ଆଜିଠୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି। ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ଯାଏ କଟକଣା ବଳବତ୍ତର ରହିବ। ସେହିପରି ଏହି ସବୁ ରାସ୍ତାମାନଙ୍କରେ ମୋ ବସକୁ ସଂପୂର୍ଣ୍ଣ ମନା କରାଯାଇଛି। ଏଥିପାଇଁ ବିଭିନ୍ନ ରୁଟ୍‌ରେ ମୋ’ ବସ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଛି। ୯,୧୦,୧୧,୧୨, ଏଇ-୧, ଏଇ-୨,୧୩,୧୭,୨୦,୨୧,୨୨-ଏ, ୨୩,୨୫,୨୬,୨୭,୨୮,୩୦, ୩୧, ୩୨, ୩୬, ୩୭, ୩୮, ୩୯,୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ’ ବସ୍‌ର ରୁଟ୍‌ ପରିବର୍ତ୍ତନ କରାଯାଇଛି।

Leave A Reply

Your email address will not be published.