ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

୩ ଦିନ ପାଇଁ ଏସବୁ ରାସ୍ତାରେ ବନ୍ଦ ରହିବ ମୋ ବସ

0

ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇଜି-ଡିଜିପି ସମ୍ମିଳନୀ। ଯେଉଁଥିରେ ଦେଶର ସମସ୍ତ ଆଇଜି ଏବଂ ଡିଜିପି ଯୋଗ ଦେବେ। ଏଥିପାଇଁ ରାଜଧାନୀରେ ଭିଭିଆଇପିଙ୍କ ଭିଡ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ରୁଟ ନେଇ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି।

ଆଜିଠୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି। ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ଯାଏ କଟକଣା ବଳବତ୍ତର ରହିବ। ସେହିପରି ଏହି ସବୁ ରାସ୍ତାମାନଙ୍କରେ ମୋ ବସକୁ ସଂପୂର୍ଣ୍ଣ ମନା କରାଯାଇଛି। ଏଥିପାଇଁ ବିଭିନ୍ନ ରୁଟ୍‌ରେ ମୋ’ ବସ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଛି। ୯,୧୦,୧୧,୧୨, ଏଇ-୧, ଏଇ-୨,୧୩,୧୭,୨୦,୨୧,୨୨-ଏ, ୨୩,୨୫,୨୬,୨୭,୨୮,୩୦, ୩୧, ୩୨, ୩୬, ୩୭, ୩୮, ୩୯,୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ’ ବସ୍‌ର ରୁଟ୍‌ ପରିବର୍ତ୍ତନ କରାଯାଇଛି।

Leave A Reply

Your email address will not be published.