ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ତାଳଦଣ୍ଡା ନିକଟରେ ଗ୍ୟାସ ଲିକ୍, ମରାମତି ବେଳେ ଶ୍ରମିକ ମୃତ

0

କଟକ: ତାଳଦଣ୍ଡା ନିକଟରେ ଗ୍ୟାସ ଲିକ୍। କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ ବିପିସିଏଲ ଗ୍ୟାସ୍‌ ପାଇପ୍‌ ଲାଇନ ମରାମତିବେଳେ ଶୁକ୍ରବାର ଏକ ଘଟିଛି ଅଘଟଣ। ଜଣେ ଶ୍ରମିକ ମରାମତି କାମ କରୁଥିବାବେଳେ ମାଟି ତଳେ ଚାପି ହୋଇ ତାଙ୍କ ଜୀବନ ଯାଇଛି। ପାରାଦୀପ ରୁ ଜଗତସିଂହପୁର ଯାଇଥିବା ବିପିସିଏଲ ରନ୍ଧନ ଗ୍ୟାସ ପାଇପର ଭାଲବ ଲିକ୍ ବନ୍ଦ କରିବାକୁ ଯାଇ ଏଭଳି ଅଘଟଣ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପାରାଦ୍ଵୀପ ବିଜଚାନ୍ଦପୁରର ପରିମଳ ଗାଏନ। ଅଗ୍ନିଶମ ବିଭାଗ ଓ କୁଜଙ୍ଗ ପୋଲିସ ପକ୍ଷରୁ ମୃତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗ୍ୟାସ୍ ପାଇପ ଲାଇନରେ ଲିକ୍ ଯୋଗୁ ଦୁଇଜଣ ଶ୍ରମିକଙ୍କୁ ପାରାଦୀପରୁ ନେଇଥିଲେ ଠିକାଦାର। ସେଠାରେ ସମ୍ପର ସ୍ଲାପ ଉଠାଇବା ପରେ ଜଣେ ଶ୍ରମିକ ତଳକୁ ଯାଇଥିଲେ। ଜଣେ ଶ୍ରମିକ ଉପରେ ସହଯୋଗ କରିବା ପାଇଁ ଛିଡା ହୋଇଥିଲେ। ଜଣେ ଶ୍ରମିକ ଉପରେ ସହଯୋଗ କରିବା ପାଇଁ ଛିଡା ହୋଇଥିଲେ। ମାତ୍ର ତାଙ୍କୁ କୈାଣସି ସେଫ୍ଟି ସରଞ୍ଜାମ ଦେଇନଥିଲେ ଠିକାଦାର କି ଉକ୍ତ ଶ୍ରମିକ ମାନେ। ଦୁଇ ଶ୍ରମିକ ତାଲିମ ପ୍ରାପ୍ତ ମଧ୍ୟ ନଥିଲେ। ଶ୍ରମିକ ଜଣଙ୍କ ତଳକୁ ପଶିବା ମାତ୍ରେ ଉତ୍କଟ ଗ୍ୟାସ ପ୍ରଭାବରେ ଟଳି ପଡ଼ିଥିଲେ। ସଙ୍ଗେ ସଙ୍ଗେ କୁଜଙ୍ଗ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଶେଷରେ ସମ୍ପ୍‌ରୁ ୨ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା। ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ଅନ୍ୟ ତଥ୍ୟ ଜଣା ପଡିବ ବୋଲି କୁଜଙ୍ଗ ଆଇଆଇସି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.