ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ପୁଣି ଇତିହାସ ରଚିଲା ଇସ୍ରୋ

0

ଏସଏଲଭି ସି-୫୯ ପ୍ରୋବା-୩ର ସଫଳ ଉତକ୍ଷେପଣ
ଶ୍ରୀହରିକୋଟା: ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ। ଆଜି ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳ ଉତକ୍ଷେପଣ ହେଲା ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟକୁ ନେଇ ପିଏସଏଲଭି ସି-୫୯ ଉତକ୍ଷେପଣ ଯାନକୁ ଅତ୍ୟନ୍ତ ଉଜ୍ଜ୍ୱଳ କକ୍ଷପଥକୁ ସଫଳତାର ସହ ଉତକ୍ଷେପଣ କରିଛି। ସୂର୍ଯ୍ୟଙ୍କ ବାହ୍ୟ ବଳୟ ଉପରେ ଗବେଷଣା କରିବା ଏହି ମିଶନର ଲକ୍ଷ୍ୟ।

ପ୍ରୋବା-୩ ସାଟେଲାଇଟ ଏଲିପ୍ଟିକାଲ ଅରବିଟରେ ପ୍ରଦିକ୍ଷଣ କରିବ। ଭାରତର ପିଏସଏଲଭି ଦ୍ବାରା ପ୍ରେରିତ ଏହି ସାଟେଲାଇଟ ସୂର୍ଯ୍ୟର ବାହ୍ଯ ଆସ୍ତରଣ ସମ୍ପର୍କରେ ଗବେଷଣ କରିବ। କକ୍ଷ ପଥରେ ସାଟେଲାଇଟକୁ ଅବସ୍ଥାପିତ କରିବା ପରେ ଅଲଗା ହୋଇଯିବ ପିଏସଏଲଭି। ଆଦିତ୍ଯ ଏଲ-୧ ମିଶନ ପରି ଏହି ସାଟେଲାଇଟ ସୋଲାର କରୋନା ସମ୍ପର୍କରେ ଗବେଷଣା କରିବ। ପ୍ରୋବା ମିଶନରେ ଉପଗ୍ରହ ପ୍ରେରଣ କରାଯିବ ଏବଂ ଏଥିରେ ରହିବ କରୋନାଗ୍ରାଫ ଓ ଗୋଟିଏ ଅକ୍ଯୁଲେଟର। ଶ୍ରୀହରିକୋଟା ରେଞ୍ଜସ୍ଥିତ ସ୍ପେସ୍ ପୋର୍ଟରେ ଥିବା ପ୍ରଥମ ଲଞ୍ଚ୍ ପ୍ୟାଡରୁ ଅପରାହ୍ନ ୪ଟା ୪ ମିନିଟରେ ଏହା ଉତକ୍ଷେପଣ କରାଯାଇଥିଲା।

ଉତକ୍ଷେପଣ ପରେ ଇସ୍ରୋ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛି ଯେ ପିଏସଏଲଭି-ସି୫୯ ସଫଳତାର ସହ ଉତକ୍ଷେପଣ ହୋଇଛି ଏବଂ ୟୁରୋପୀୟ ମହାକାଶ ଏଜେନ୍ସିର ପ୍ରୋବା-୩ ଉପଗ୍ରହ ମୁତୟନ କରିବା ପାଇଁ ଇସ୍ରୋର ବୈଷୟିକ ଦକ୍ଷତା ସହିତ ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ୍ ନେତୃତ୍ୱରେ ଏକ ବିଶ୍ୱସ୍ତରୀୟ ଅଭିଯାନ ଆରମ୍ଭ କରିଛି।

Leave A Reply

Your email address will not be published.