ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ପୁଣି ଇତିହାସ ରଚିଲା ଇସ୍ରୋ

0

ଏସଏଲଭି ସି-୫୯ ପ୍ରୋବା-୩ର ସଫଳ ଉତକ୍ଷେପଣ
ଶ୍ରୀହରିକୋଟା: ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ। ଆଜି ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳ ଉତକ୍ଷେପଣ ହେଲା ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟକୁ ନେଇ ପିଏସଏଲଭି ସି-୫୯ ଉତକ୍ଷେପଣ ଯାନକୁ ଅତ୍ୟନ୍ତ ଉଜ୍ଜ୍ୱଳ କକ୍ଷପଥକୁ ସଫଳତାର ସହ ଉତକ୍ଷେପଣ କରିଛି। ସୂର୍ଯ୍ୟଙ୍କ ବାହ୍ୟ ବଳୟ ଉପରେ ଗବେଷଣା କରିବା ଏହି ମିଶନର ଲକ୍ଷ୍ୟ।

ପ୍ରୋବା-୩ ସାଟେଲାଇଟ ଏଲିପ୍ଟିକାଲ ଅରବିଟରେ ପ୍ରଦିକ୍ଷଣ କରିବ। ଭାରତର ପିଏସଏଲଭି ଦ୍ବାରା ପ୍ରେରିତ ଏହି ସାଟେଲାଇଟ ସୂର୍ଯ୍ୟର ବାହ୍ଯ ଆସ୍ତରଣ ସମ୍ପର୍କରେ ଗବେଷଣ କରିବ। କକ୍ଷ ପଥରେ ସାଟେଲାଇଟକୁ ଅବସ୍ଥାପିତ କରିବା ପରେ ଅଲଗା ହୋଇଯିବ ପିଏସଏଲଭି। ଆଦିତ୍ଯ ଏଲ-୧ ମିଶନ ପରି ଏହି ସାଟେଲାଇଟ ସୋଲାର କରୋନା ସମ୍ପର୍କରେ ଗବେଷଣା କରିବ। ପ୍ରୋବା ମିଶନରେ ଉପଗ୍ରହ ପ୍ରେରଣ କରାଯିବ ଏବଂ ଏଥିରେ ରହିବ କରୋନାଗ୍ରାଫ ଓ ଗୋଟିଏ ଅକ୍ଯୁଲେଟର। ଶ୍ରୀହରିକୋଟା ରେଞ୍ଜସ୍ଥିତ ସ୍ପେସ୍ ପୋର୍ଟରେ ଥିବା ପ୍ରଥମ ଲଞ୍ଚ୍ ପ୍ୟାଡରୁ ଅପରାହ୍ନ ୪ଟା ୪ ମିନିଟରେ ଏହା ଉତକ୍ଷେପଣ କରାଯାଇଥିଲା।

ଉତକ୍ଷେପଣ ପରେ ଇସ୍ରୋ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛି ଯେ ପିଏସଏଲଭି-ସି୫୯ ସଫଳତାର ସହ ଉତକ୍ଷେପଣ ହୋଇଛି ଏବଂ ୟୁରୋପୀୟ ମହାକାଶ ଏଜେନ୍ସିର ପ୍ରୋବା-୩ ଉପଗ୍ରହ ମୁତୟନ କରିବା ପାଇଁ ଇସ୍ରୋର ବୈଷୟିକ ଦକ୍ଷତା ସହିତ ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ୍ ନେତୃତ୍ୱରେ ଏକ ବିଶ୍ୱସ୍ତରୀୟ ଅଭିଯାନ ଆରମ୍ଭ କରିଛି।

Leave A Reply

Your email address will not be published.