ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଗ୍ୟାସ୍‌ ସିଲିଣ୍ଡର ଫାଟି ୪ ଶ୍ରମିକ ଗୁରୁତର

0

ବଲାଙ୍ଗିର: ବଲାଙ୍ଗିରର ଏକ ବାହାଘର ଭୋଜିରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଆହତ ହୋଇଛନ୍ତି। ଟିଟିଲାଗଡ଼ ସହର ନିକଟସ୍ଥ ପିପଲ ପଦରଠାରେ ଥିବା ଶୁଭ ମଙ୍ଗଳମ ମ୍ୟାରେଜ ପ୍ୟାଲେସ୍‌ଠାରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ସେଠାରେ ବାହାର ରାଜ୍ୟ ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ୟୁପି ଅଞ୍ଚଳର ରୋଷେୟା ଏବଂ ସେମାନଙ୍କ ସହାୟକମାନେ ରୋଷେଇ ଶାଳାରେ ଖାଦ୍ୟ ପ୍ରସ୍ତୁତ କରିବାରେ ଲାଗିପଡିଥିଲେ। ଏହି ସମୟରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଏଲପିଜି ସିଲିଣ୍ଡର ହଠାତ୍ ବିସ୍ଫୋରଣ କରିଥିଲା। ପାଖରେ କାମ କରୁଥିବା ୪ ଜଣ ଶ୍ରମିକ ପୋଡ଼ି ହୋଇଯାଇଥିଲେ। ଗୁରୁତରମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରଯାଇଥିଲା। ଜଣେ ଅଧିକ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହେଲେ ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ରାୟପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.