ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଗ୍ୟାସ୍‌ ସିଲିଣ୍ଡର ଫାଟି ୪ ଶ୍ରମିକ ଗୁରୁତର

0

ବଲାଙ୍ଗିର: ବଲାଙ୍ଗିରର ଏକ ବାହାଘର ଭୋଜିରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଆହତ ହୋଇଛନ୍ତି। ଟିଟିଲାଗଡ଼ ସହର ନିକଟସ୍ଥ ପିପଲ ପଦରଠାରେ ଥିବା ଶୁଭ ମଙ୍ଗଳମ ମ୍ୟାରେଜ ପ୍ୟାଲେସ୍‌ଠାରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ସେଠାରେ ବାହାର ରାଜ୍ୟ ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ୟୁପି ଅଞ୍ଚଳର ରୋଷେୟା ଏବଂ ସେମାନଙ୍କ ସହାୟକମାନେ ରୋଷେଇ ଶାଳାରେ ଖାଦ୍ୟ ପ୍ରସ୍ତୁତ କରିବାରେ ଲାଗିପଡିଥିଲେ। ଏହି ସମୟରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଏଲପିଜି ସିଲିଣ୍ଡର ହଠାତ୍ ବିସ୍ଫୋରଣ କରିଥିଲା। ପାଖରେ କାମ କରୁଥିବା ୪ ଜଣ ଶ୍ରମିକ ପୋଡ଼ି ହୋଇଯାଇଥିଲେ। ଗୁରୁତରମାନଙ୍କୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରଯାଇଥିଲା। ଜଣେ ଅଧିକ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହେଲେ ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ରାୟପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.