ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

୭୦ ହଜାର ଟଙ୍କାରେ ଡାକ୍ତରୀ ଡିଗ୍ରୀ

0

ଗୁଜରାଟ: ଡାକ୍ତରୀ ଡିଗ୍ରୀ ପାଇଁ ୭୦ ହଜାର ଟଙ୍କା। ଆଜିର ଦୁନିଆରେ ସବୁ କିଛି ସମ୍ଭବ। ବିନା ପାଠ ପଢାରେ ବି ହୋଇପାରିବେ ଡାକ୍ତର। ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଲୋକେ ମଧ୍ୟ ଏହି ସାର୍ଟିଫିକେଟ କିଣି ପାଲଟି ଥିଲେ ଡାକ୍ତର। ପଇସା ରୋଜଗାର କରିବା ଲକ୍ଷ୍ୟରେ ନକଲି ମେଡିକାଲ ସାର୍ଟିଫିକେଟ ଦେଉଥିଲେ। ଗୋଟିଏ ସାର୍ଟିଫିକେଟ୍ ପାଇଁ ନେଉଥିଲେ ୭୦ ହଜାର ଟଙ୍କା। ଏଭଳି ଏକ ରାକେଟକୁ ଧରିବାରେ ସଫଳ ହୋଇଛି ଗୁଜରାଟର ସୁରଟ ପୋଲିସ।
ନକଲି ମେଡିକାଲ ସାର୍ଟିଫିକେଟ ଦେଉଥିବା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଡାକ୍ତର ରମେଶ ଗୁଜରାଟିକୁ ଗିରଫ କରିଛି ପୋଲିସ୍। ଏହି ଗ୍ୟାଙ୍ଗର ମୁଖ୍ୟଙ୍କ ସହିତ ଟଙ୍କା ଦେଇ ଡାକ୍ତରୀ ଡିଗ୍ରୀ କିଣିଥିବା ୧୪ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ। ଏହି ଗ୍ୟାଙ୍ଗର ଡାଟାବେସ୍‌ରେ ୧୨୦୦ଟି ନକଲି ଡାକ୍ତରୀ ଡିଗ୍ରୀ ଥିବା ଜଣାପଡ଼ିଛି।

ପୋଲିସର ସୂଚନା ଅନୁଯାୟୀ, ଭାରତରେ ଇଲେକ୍ଟ୍ରୋ ହୋମିଓପାଥି ନେଇ କୌଣସି ନିୟମ ନାହିଁ। ତେଣୁ ରମେଶ ଗୁଜରାଟୀ ଏକ ବୋର୍ଡ ଗଠନ କରି ଏହି ପାଠ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରିବାକୁ ଯୋଜନା କଲେ। ସେଥିପାଇଁ ସେ ୫ ଜଣ ଲୋକଙ୍କୁ ନିଯୁକ୍ତ କଲେ ଓ ସେମାନଙ୍କୁ ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସା ସଂପର୍କରେ ପ୍ରଶିକ୍ଷଣ ଦେଲେ। ତିନି ବର୍ଷରୁ କମ୍ ସମୟ ମଧ୍ୟରେ ସେମାନଙ୍କର ପ୍ରଶିକ୍ଷଣ ଶେଷ ହୋଇଥିଲା। ରୋଗୀଙ୍କୁ ଇଲେକ୍ଟ୍ରୋ ହୋମିଓପାଥି ମେଡିସିନି କେମିତି ଦିଆଯିବ, ସେ ନେଇ ସେମାନେ ପ୍ରଶିକ୍ଷଣ ନେଇଥିଲେ। ଯେତେବେଳେ ଏହି ନକଲି ଡାକ୍ତରମାନେ ଦେଖିଲେ ଯେ ଲୋକମାନେ ଇଲେକ୍ଟ୍ରୋ ହୋମିଓପାଥି ପ୍ରତି ଆକୃଷ୍ଟ ହେଉଛନ୍ତି, ସେତେବେଳେ ସେମାନେ ଯୋଜନା ପରିବର୍ତ୍ତନ କରିଦେଲେ ଓ ଲୋକଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ମିଛ ଡିଗ୍ରୀ ବିକିବା ଆରମ୍ଭ କରି ଦେଲେ।

ସେମାନଙ୍କର ସଂସ୍ଥା (ବୋର୍ଡ ଅଫ୍ ଇଲେକ୍ଟ୍ରୋ ହୋମିଓପାଥି, ଗୁଜରାଟ) ରାଜ୍ୟ ସରକାରଙ୍କ ଆୟୁଷ ବିଭାଗ ସହିତ ଚୁକ୍ତି କରିଛି ବୋଲି ସେମାନେ ଲୋକଙ୍କୁ କହିଥିଲେ। ଡାକ୍ତରୀ ଡିଗ୍ରୀ ପ୍ରଦାନ କରିବାକୁ ଓ ପ୍ରଶିକ୍ଷଣ ଦେବାକୁ ସେମାନେ ପ୍ରତ୍ୟେକ ଲୋକଙ୍କଠାରୁ ୭୦ ହଜାର ଟଙ୍କା ନେଉଥିଲେ। ଏହା ସହିତ ସେମାନେ ସେହି ନକଲି ଡାକ୍ତରମାନଙ୍କୁ କହୁଥିଲେ ଯେ ସେମାନେ ଏହି ସାର୍ଟିଫିକେଟ ଦ୍ୱାରା ଏଲୋପାଥି ଓ ହୋମିଓପାଥି ଚିକିତ୍ସା କରିପାରିବେ।

Leave A Reply

Your email address will not be published.