ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଅଟୋ ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

0

ନୂଆଦିଲ୍ଲୀ: ଅଟୋ ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ବିଧାସଭା ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ଆରମ୍ଭ ହେଲାଣି ରାଜନୀତି। ଆପ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ଆମ ଆଦମୀ ପାର୍ଟି ତରଫରୁ ଅରବିନ୍ଦ କେଜ୍ରିୱାଲ ୫ଟି ଘୋଷଣା କରିଛନ୍ତି। ତାହା ପୁଣି କେବଳ ଅଟୋ ଚାଳକଙ୍କ ପାଇଁ।

ଅଟୋ ଚାଳକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ଝିଅ ବାହାଘରରେ ଲକ୍ଷେ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି କେଜ୍ରିୱାଲ। କେବଳ ଏତିକି ନୁହେଁ ପିଲାଙ୍କ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୋଚିଂ ଖର୍ଚ୍ଚ ମଧ୍ୟ ବୁଝିବାକୁ ପ୍ରତିଶୃତି ଦେଇଛନ୍ତି। ପ୍ରତିବର୍ଷ ଦୁଇଥର ହୋଲି ଏବଂ ଦିପାବଳୀରେ ୟୁନିଫର୍ମ ପାଇଁ ୨୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସେପଟେ ଦୁର୍ଘଟଣା ବାବଦକୁ ୫ ଲକ୍ଷ ଟଙ୍କାର ଜୀବନ ବୀମା ମଧ୍ୟ ପ୍ରଦାନ କରାଯିବ। କେଜ୍ରିୱାଲ କହିଛନ୍ତି କି, ଆପ ସରକାର ସବୁବେଳେ ଅଟୋ ଚାଳକଙ୍କ ସହ ରହିଛନ୍ତି।

Leave A Reply

Your email address will not be published.