ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଟ୍ରେନରେ ଚଢୁଥିବା ବେଳେ ଚକା ତଳେ ପଡି ଦୁଇ ମହିଳା ମୃତ୍ୟୁ

0

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୁରଳ ରୋଡ୍ ରେଳ ଷ୍ଟେସନରେ ଘଟିଛି ଏକ ଅଘଟଣ। ରେଳଷ୍ଟେସନ ପ୍ଲାଟଫର୍ମ ଚଡ଼ିବା ବେଳେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଟ୍ରେନରେ ଚଢୁଥିବା ବେଳେ ଚକା ତଳେ ପଡି ଦୁଇଜଣ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମହିଳା ଦୁଇଜଣ ଭୁବନେଶ୍ୱରରେ ପାଚିକା ସହାୟିକା ସଂଘର ରାଲିରେ ଯୋଗ ଦେବାକୁ ଆସୁଥିବାବେଳେ ଏହି ଅଘଟଣ ଘଟିଛି। ମୃତ ପାଚିକା ସହାୟିକା ଦ୍ୱୟ ହେଉଛନ୍ତି ଜଗନ୍ନାଥପୁର ଗାଁର ପାର୍ବତୀ ଗୌଡ଼(୫୯) ଝୁନୁ ଗୌଡ (୬୨)।

ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥ ପୁର ଗ୍ରାମର ଦୁଇ ଜଣ ମହିଳା ଭୁବନେଶ୍ୱର ଆନ୍ଦୋଳନ ଜାରି ରଖିଥିବା ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯିବାପାଇଁ ସୁରଳ ରେଳ ଷ୍ଟେସନ ରେଳଧାରଣା ପାର ହେଉ ଥିବାବେଳେ ଠିକ୍ ସକାଳ ୫.୪୧ମିନଟ ସମୟରେ ପାଲାସା କଟକ ମେମୁ ଟ୍ରେନ୍ ଟି ଆସିଯାଇଥିଲା। ଷ୍ଟେସନ୍ ପ୍ଲାଟଫାର୍ମ ଶେଷ ପଟକୁ ଦୁହେଁ ପ୍ଲାଟଫାର୍ମ ଶେଷ ଆଡ଼କୁ ଚଢ଼ୁ ଥିବା ବେଳେ ପ୍ଲାଟଫାର୍ମ ଉଚ୍ଚା ହେତୁ ଉଭୟେ ଉପରକୁ ଉଠି ପାରିନଥିଲେ। ଏହି ସମୟରେ ଟ୍ରେନଟି ଧକ୍କା ଦେଇଥିଲା। କଡ଼ରେ ପଡ଼ିଯାଇଥିଲେ ଓ ଉଭୟଙ୍କର ଶୋଚନୀୟ ମୃତ୍ୟୁ ହୋଇଛି, ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥୁଲେ।

ଘଟଣା ସ୍ଥଳରେ ପରିବାର ଓ ଗ୍ରାମର ବ୍ୟକ୍ତିମାନେ ପହଞ୍ଚି ରେଳବାଇ ପୋଲିସ ଙ୍କ ସହଯୋଗରେ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏନେଇ ରେଳବାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହି ଖବର ସାରା ଚିକିଟି ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.